ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଏବେ ଦେଶରେ ୨୪ଟି ବିମାନବନ୍ଦର ବନ୍ଦ ରହିଛି। ଏହି ବିମାନବନ୍ଦର ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଥିଲା ଯେ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଦେଶରେ ୨୪ଟି ବିମାନବନ୍ଦର ବନ୍ଦ ରହିବ। ଏହି ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଣ୍ଡିଗଡ଼, ଶ୍ରୀନଗର, ଅମୃତସର, ଲୁଧିଆନା, ଭୁଣ୍ଟର, କିଶନଗଡ଼, ପଟିଆଲା, ଶିମ୍ଲା, ଜୈସଲମେର, ପଠାନକୋଟ, ଜମ୍ମୁ, ବିକାନେର, ଲେହ, ପୋରବନ୍ଦର ଏବଂ ଅନ୍ୟ ସହର ଗୁଡ଼ିକରେ ବିମାନବନ୍ଦର ମେ’ ୧୫ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବିମାନ ସଂସ୍ଥାଗୁଡ଼ିକ ମଧ୍ୟ ଯାତ୍ରୀଙ୍କ ପାଇଁ ଯାତ୍ରା ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଏୟାର ଇଣ୍ଡିଆ ମେ’ ୧୫ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ବିମାନ ବାତିଲ କରିଛି। ୧୦ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ମେ’ ୧୫ ପର୍ଯ୍ୟନ୍ତ ବାତିଲ ହୋଇଛି।
ମେ ୧୫ ପର୍ଯ୍ୟନ୍ତ ୨୪ ବିମାନବନ୍ଦର ବନ୍ଦ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଏବେ ଦେଶରେ ୨୪ଟି ବିମାନବନ୍ଦର ବନ୍ଦ ରହିଛି। ଏହି ବିମାନବନ୍ଦର ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ....
/sambad/media/media_files/2025/05/10/Mgv8JNnO4BZqB92c13A6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)