ବେଙ୍ଗାଲୁରୁ: କୋଭିଡ୍-୧୯ ଆକ୍ରାନ୍ତ କେତେ ଜଣ ରୋଗୀଙ୍କ ସମେତ ରବିବାର ମଧ୍ୟରାତ୍ରୀରୁ ସୋମବାର ସକାଳ ମଧ୍ୟରେ କର୍ଣ୍ଣାଟକର ଏକ ସରକାରୀ ଡାକ୍ତରଖାନାରେ ୨୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଅକ୍ସିଜେନ୍ ଅଭାବ ଏବଂ ଅନ୍ୟାନ୍ୟ କାରଣରୁ ଏହି ରୋଗୀମାନଙ୍କର ମୃତ୍ୟୁ ଘଟିଥିବା କଥା କୁହାଯାଉଛି।
ଏକ ଜାତୀୟସ୍ତରୀୟ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଚାମରାଜନଗରସ୍ଥିତ ଜିଲ୍ଲା ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ରୋଗୀମାନେ ଅକ୍ସିଜେନ୍ ଅଭାବ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।
Image Courtesy of Business Todayରାତି ପ୍ରାୟ ୧୧.୪୫ରେ ରୋଗୀମାନଙ୍କୁ ଦିଆଯାଉଥିବା ଅକ୍ସିଜେନ୍ ସରିଯାଇଥିବା କୁହାଯାଉଛି। ପ୍ରାଥମିକ ଅନୁସନ୍ଧାରୁ ଜଣାପଡ଼ିଛି ଯେ, ଅକ୍ସିଜେନ୍ ବଣ୍ଟନ ନେଟ୍ୱାର୍କ ମହୀଶୂରରୁ ଠିକଣା ସମୟରେ ଏହି ଜିଲ୍ଲା ହସ୍ପିଟାଲ୍ରେ ଅକ୍ସିଜେନ୍ ପହଞ୍ଚି ପାରି ନ ଥିଲା।
ଜିଲ୍ଲା ଭାରପ୍ରାପ୍ତ ମନ୍ତ୍ରୀ ସୁରେଶ କୁମାର କହିଛନ୍ତି, ଏ ସଂକ୍ରାନ୍ତରେ ଆମେ ମୃତ୍ୟୁ ଅଡିଟ୍ ରିପୋର୍ଟକୁ ଅପେକ୍ଷା କରିଛୁ।
Image Courtesy of The Times of Indiaଘଟଣା ସଂକ୍ରାନ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଚାମରାଜନଗର ଜିଲ୍ଲା କଲେକ୍ଟର୍ଙ୍କ ସହ କଥାବାର୍ତ୍ତା କରିବା ପରେ କ’ଣ ପାଇଁ ଏଭଳି ଭୟାବହ ଦୁଃଖଦ ଘଟଣା ଘଟିଲା, ତା’ର ତଦନ୍ତ ଲାଗି ଆସନ୍ତାକାଲି ଜରୁରୀ କ୍ୟାବିନେଟ୍ ବୈଠକ ଡକାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/24-Dies-in-Govt-Hospital-Due-To-Oxygen-Shortage_Thumbnail_2.jpg)