ତିରୁଅନନ୍ତପୁରମ୍: ଗତ ତିନି ସପ୍ତାହ ଧରି ତିରୁବନନ୍ତପୁରମ ବିମାନବନ୍ଦରରେ ତ୍ରୁଟି ଯୋଗୁଁ ପାର୍କିଂ ହୋଇଥିବା ବ୍ରିଟେନର ରୟାଲ ନୌସେନାର ଏଫ୩୫-ବି ଷ୍ଟେଲଥ୍ ଫାଇଟର ଜେଟ୍କୁ ଏବେ ରନୱେରୁ ହଟାଇ ହ୍ୟାଙ୍ଗର୍କୁ ସ୍ଥାନାନ୍ତର କରାଯାଇଛି। ଏଫ୩୫-ବି ହ୍ୟାଙ୍ଗର୍କୁ ସ୍ଥାନାନ୍ତରିତ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଏହି ମହାଶକ୍ତିଶାଳୀ ଓ ମୂଲ୍ୟବାନ ଲଢୁଆ ବିମାନକୁ ଆଉ ଏକ ଗାଡ଼ି ସାହାଯ୍ୟରେ ଟାଣି ଟାଣି ହାଙ୍ଗର ଭିତରକୁ ନିଆଯାଉଛି ।
ଇତି ମଧ୍ୟରେ ବିମାନର ମରାମତି ପାଇଁ ଏକ ନୂଆ ୨୪ ଜଣିଆ ଇଞ୍ଜିନିୟର ଦଳ ତିରୁଅନନ୍ତପୁରମରେ ପହଞ୍ଚିଛି । ଏବେ ଜେଟ୍ଟି ଭାରତରେ ମରାମତି ହେବ କି ବ୍ରିଟେନକୁ ଫେରାଇ ପଠାଯିବ ତାହା ଏହି ନୂତନ ଇଞ୍ଜିନିୟର ଦଳ ଦ୍ୱାରା ନିଷ୍ପତ୍ତି ନିଆଯିବ ।
ଇତି ମଧ୍ୟରେ ବିମାନର ମରାମତି ପାଇଁ ଏକ ନୂଆ ୨୪ ଜଣିଆ ଇଞ୍ଜିନିୟର ଦଳ ତିରୁଅନନ୍ତପୁରମରେ ପହଞ୍ଚିଛି । ଏବେ ଜେଟ୍ଟି ଭାରତରେ ମରାମତି ହେବ କି ବ୍ରିଟେନକୁ ଫେରାଇ ପଠାଯିବ ତାହା ଏହି ନୂତନ ଇଞ୍ଜିନିୟର ଦଳ ଦ୍ୱାରା ନିଷ୍ପତ୍ତି ନିଆଯିବ । ଏହି ଦଳ ଏକ ଏୟାରବସ୍ ଏ୪୦୦ଏମ୍ ଆଟଲାସ୍ ବିମାନ ଦ୍ୱାରା ଭାରତରେ ପହଞ୍ଚିଛି। ଯଦି ମରାମତି ସମ୍ଭବ ନହୁଏ, ତେବେ ଏହାକୁ ଭାଙ୍ଗି ସି-୧୭ ଗ୍ଲୋବମାଷ୍ଟର ସାମରିକ ବିମାନ ଦ୍ୱାରା ଫେରାଇ ନିଆଯିବ।
ଏଫ୩୫-ବି ର ମୂଲ୍ୟ $୧୧୦ ନିୟୁତ (ପ୍ରାୟ ୯୦୦ କୋଟି ଟଙ୍କା)ରୁ ଅଧିକ ଏବଂ ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ଲଢ଼ୁଆ ବିମାନ ମଧ୍ୟରେ ଗଣନା କରାଯାଏ। ଏଥିରେ ବ୍ୟବହୃତ ଷ୍ଟେଲଥ୍ ପ୍ରଯୁକ୍ତିବିଦ୍ୟାକୁ ଅତ୍ୟନ୍ତ ଗୋପନୀୟ ବୋଲି ବିବେଚନା କରାଯାଏ। ସେଥିପାଇଁ ଏହି ବିମାନକୁ ନେଇ ସତର୍କତା ଅବଲମ୍ବନ କରୁଛି ବ୍ରିଟିଶ ନୌସେନା ।