ଗୁଜରାଟରେ ମନ୍ତ୍ରିମଣ୍ଡଳର ନବକଳେବର କଲା ବିଜେପି, ନୂଆ ଚେହେରାଙ୍କୁ ମିଳିଲା ଦାୟିତ୍ବ

ନୂଆଦିଲ୍ଲୀ: ଗୁଜରାଟ ବିଜେପିର ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ବଦଳିଛି ପୂରା ମନ୍ତ୍ରିମଣ୍ଡଳ। ଆଗକୁ ନିର୍ବାଚନ ଥିବା ବେଳେ ବିଜେପି ନୂଆ କରି ମନ୍ତ୍ରିମଣ୍ଡଳ ଗଢ଼ିଛି। ଏହି ମନ୍ତ୍ରିମଣ୍ଡଳରେ ପୂର୍ବରୁ ଥିବା ସମସ୍ତ ମନ୍ତ୍ରୀଙ୍କୁ ହଟାଯାଇ ନୂଆ ନେତାଙ୍କୁ ସାମିଲ କରାଯାଇଛି। କେବଳ ଏତିକି ନୁହେଁ ବିଧାନସଭାର ବାଚସ୍ପତି ମଧ୍ୟ ବଦଳିଛନ୍ତି। ନିମାବେନ ଆଚାର୍ଯ୍ୟ ଗୁଜୁରାଟ ବିଧାନସଭାର ନୂତନ ବାଚସ୍ପତି ହୋଇଛନ୍ତି। ଭାରତୀୟ ରାଜନୀତିରେ ପ୍ରଥମ ଥର ପାଇଁ ଗୁଜୁରାଟରେ ବିଜେପି ଏହି ପରୀକ୍ଷଣ କରିଛି।

ଭୂପେନ୍ଦ୍ର ପଟେଲ ସରକାରଙ୍କ କ୍ୟାବିନେଟରେ ମୋଟ ୨୪ଜଣ ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ୧୦ଜଣ କ୍ୟାବିନେଟ ଏବଂ ୧୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୧୦ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତିି, ରାଜେନ୍ଦ୍ର ତ୍ରିବେଦୀ, ଜିତୁ ବାଘାନି, ରାଘବ ପଟେଲ, ପୂର୍ଣ୍ଣେଶ ମୋଦୀ, ନରେଶ ଭାଇ ପଟେଲ, ପ୍ରଦୀପ ସିଂ ପରମାର, ଅର୍ଜୁନ ସିଂ ଚୌହାନ, ଋଷିକେଶ ପଟେଲ, କାନୁଭାଇ ଦେଶାଇ ଏବଂ କିରିତ ସିଂ ରାଣା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

www.news18.com

ସେହିଭଳି ହର୍ଷ ସାଙ୍ଗବି, ବ୍ରିଜେଶ ମର୍ଜା, ମନୀଷା ବକିଲ, ଜଗଦୀଶ ପଞ୍ଚାଲ, ଜିତୁ ଭୋ ଚୌଧରୀ, ନିମିଶାବେନ ସୂତାର, ମୁକେଶ ପଟେଲ, ଅରବିନ୍ଦ ରୈୟାନୀ, କୁବେରଭାଇ ଡିନ୍ଦୋର, କୀର୍ତ୍ତି ସିଂ ବାଘେଲା, ଗଜେନ୍ଦ୍ର ସିଂ ପରମାର, ଦେବା ମଲାମ, ଆରସି ମକୱାନା ଓ ବିନୋଦ ମୋରାଡିଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ନୂଆ ଚେହେରାକୁ ଆଣିବା ପରେ ବିଜେପିକକୁ କେଉଁ ଲାଭ ମିଳୁଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର