ଡେରାଡୁନ: ଚାରିଧାମ ଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ । ଉଠିଲା ୨୪ ଘଣ୍ଟିଆ କଟକଣା । ସୋମବାର ଚାରିଧାମ ଯାତ୍ରା ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଢଓ୍ଵାଲ ଡିଭିଜନାଲ କମିଶନର ।
ତେବେ ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧକ ହଟିଥିଲେ ବି ଜିଲ୍ଲାପାଳମାନଙ୍କୁ ସ୍ଥିତି ଅନୁସାରେ ପୁଣି କଟକଣା ଲଗାଇବାକୁ କ୍ଷମତା ଦିଆଯାଇଛି । ପାଣିପାଗର ସ୍ଥିତି ଦେଖି ଏବଂ ରାସ୍ତାର ଅବସ୍ଥା ଦେଖି ଚାରିଧାମ ଯାତ୍ରାରେ ଯାଉଥିବା ଗାଡି ଗୁଡିକୁ ଛଡାଯିବ କି ନାହିଁ ତାହା ଜିଲ୍ଲାପାଳ ନିଷ୍ପତ୍ତି ନେବେ । କାରଣ ଅନେକ ସ୍ଥାନରେ ଭୂସ୍ଫଳନ ଖବର ମଧ୍ଯ ଆସୁଛି ଆଉ ଆଜି ପାଇଁ ଉତ୍ତରାଖଣ୍ଡର ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି ।
Uttarakhand | Garhwal Divisional Commissioner Vinay Shankar Pandey told ANI that the 24-hour ban on the Char Dham Yatra has been lifted.
— ANI (@ANI) June 30, 2025
The commissioner stated that the respective District Magistrates of the districts along the Yatra route have been instructed to stop… pic.twitter.com/Czbdgp9Eet
ରବିବାର ଉତ୍ତରକାଶୀରେ ବାଦଲଫଟା ବର୍ଷା ଫଳରେ ସବୁଠି ହାହକାର ଦେଖିବାକୁ ମିଳିଥିବା ବେଳେ ୯ ଜଣ ଶ୍ରମିକ ନିଖୋଜ ଥିଲେ । ଇତି ମଧ୍ଯରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୭ ଜଣ ଏବେବି ନିଖୋଜ ଅଛନ୍ତି ।
ଆଜି ପାଇଁ ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ସତର୍କ କରାଯାଇଛି । ଡେରାଡୁନ, ନୈନିତାଲ, ପୌଡି, ଉତ୍ତରକାଶୀ, ଚମ୍ପାବନ ଆଦି ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ବର୍ଷା ପରେ ବନ୍ୟା ଜନିତି ଆଶଙ୍କା ଥିବାରୁ ରାଜ୍ୟରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି । ସରକାରୀ ଏବଂ ଘରୋଇ ସ୍କୁଲ ସମେତ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ସେପଟେ ବର୍ଷା ଆଶଙ୍କା ଥିବାରୁ ଚାରିଧାମ ଯାତ୍ରାକୁ ମଧ୍ଯ ବନ୍ଦ କରାଯାଇଛି ।