ନୂଆଦିଲ୍ଲୀ : ୟୁକ୍ରେନ ସୀମାରୁ ଋଷିଆ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଥିଲେ ବି ଉତ୍ତେଜନା କାଏମ ରହିଛି । କାରଣ ଏବେ ବି କେତେକ କ୍ଷେତ୍ରରେ ଋଷୀୟ ସେନା ଓ ଯୁଦ୍ଧ ଉପକରଣ ରହିଛି । ଏଣୁ ବିପଦ ଟଳିନଥିବା କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବୈଦେଶିକ ମନ୍ତ୍ରାଳୟରେ ଏକ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି । ଏହା ସହିତ ଏକ ୨୪-ଘଣ୍ଟିଆ ହେଲପଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ୟୁକ୍ରେନରେ ଫସିରହିଥିବା ଭାରତୀୟମାନଙ୍କ ସହାୟତା ପାଇଁ ଏହି କଣ୍ଟ୍ରୋଲ ରୁମ ଖୋଲାଯାଇଛି ।

Advertisment

publive-image

ଆଜି କିଏଭରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଉ ଏକ ଆଡଭାଇଜରି ଜାରି କରି କୁହାଯାଇଛି ଯେ ଦୂତାବାସ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି । ଭାରତୀୟ ଲୋକମାନେ ଆତଙ୍କିତ ନ ହେବାକୁ ଦୂତାବାସ ପକ୍ଷରୁ କୁହାଯାଇଛି । ଯେଉଁମାନେ ଭାରତ ଫେରିବାକୁ ଚାହୁଁଛନ୍ତି, ସେମାନେ ଫ୍ଲାଇଟରେ ଫେରିପାରିବେ । ଭାରତ ସରକାର ୟୁକ୍ରେନକୁ କେତେକ ଅତିରିକ୍ତ ଫ୍ଲାଇଟ ଚଳାଇବାକୁ ଯୋଜନା କରୁଛନ୍ତି ।

ଗତକାଲି କିଏଭରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଥିଲା ଯେ, ଅତି ଜରୁରୀ ନଥିଲେ ୟୁକ୍ରେନରେ ଥିବା ଭାରତୀୟମାନେ ଦେଶକୁ ସାମୟିକଭାବେ ଫେରିଆସନ୍ତୁ । ଯେଉଁମାନେ ସେଠାରେ ଅଛନ୍ତି ସେମାନେ ୟୁକ୍ରେନର ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଯେଉଁମାନେ ଜରୁରୀ କାମ ପାଇଁ ସେଠାରେ ଅଛନ୍ତି, ନିଜର ଅବସ୍ଥାନ ସମ୍ପର୍କରେ ଦୂତାବାସକୁ ଅବଗତ କରନ୍ତୁ ।