ନୂଆଦିଲ୍ଲୀ: ଜାନୁଆରି ୩୦ରେ ଶ୍ରୀନଗରରେ "ଭାରତ ଯୋଡା ଯାତ୍ରା" ଶେଷ ହେବ। ଏଥିପାଇଁ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିବା ବେଳେ ୨୧ଟି ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ସନ୍ଧ୍ୟାରେ ୨୧ଟି ଦଳର ସଭାପତିଙ୍କୁ ନିମନ୍ତ୍ରଣ ପଠାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଆମେ ଘୃଣା ଏବଂ ହିଂସା ବିରୋଧରେ ଲଢ଼ିବା, ସତ୍ୟ, କରୁଣା ଓ ଅହିଂସା ବାର୍ତ୍ତା ବିସ୍ତାର କରିବା ଏବଂ ସମସ୍ତଙ୍କ ପାଇଁ ସ୍ୱାଧୀନତା, ସମାନତା, ଭ୍ରାତୃଭାବ ଏବଂ ନ୍ୟାୟର ସାମ୍ବିଧାନିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ନିଜକୁ ପ୍ରତିଶ୍ରୁତି ଦେଇଛୁ ବୋଲି ଚିଠିରେ ଦର୍ଶାଯାଇଛି।
Congress President Shri. Mallikarjun Kharge-ji has written to presidents of 21 like-minded parties inviting them to the concluding function of the #BharatJodoYatra on January 30th. pic.twitter.com/zOGXiDCCAe
— Jairam Ramesh (@Jairam_Ramesh) January 11, 2023
ଦଳର ବରିଷ୍ଠ ନେତା ତଥା ଜନସଂପର୍କ ମୁଖ୍ୟ ଜୟରାମ ରମେଶ ଶ୍ରୀ ଖଡଗେଙ୍କ ଚିଠିକୁ ଟ୍ୱିଟ କରିଛନ୍ତି। ଜାନୁଆରି ୩୦ ହେଉଛି ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ। କଂଗ୍ରେସ କହିଛି ଯେ, ଏହି କାର୍ଯ୍ୟକୁ ମହାତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ, ଯିଏ ଘୃଣା ଏବଂ ହିଂସା ବିରୋଧରେ ନିରନ୍ତର ସଂଗ୍ରାମ କରି ଦେଶ ପାଇଁ ବଳିଦାନ ଦେଇଥିଲେ।