‘ତେଜସ ଏକ୍ସପ୍ରେସ’ରୁ ଖାଦ୍ୟ ଖାଇ ୨୪ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ‘ତେଜସ ଏକ୍ସପ୍ରେସ’ରେ କରମାଳୀ ଠାରୁ ମୁମ୍ବାଇ ଯାଉଥିବା ୨୪ ଜଣ ଯାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଯାତ୍ରା ସମୟରେ ସେମାନେ ରେଳବାଇ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇଥିଲେ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ପହଞ୍ଚିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଅସୁସ୍ଥ ଯାତ୍ରୀମାନଙ୍କୁ କୋଙ୍କଣ ଅଞ୍ଚଳର ଚିପଲୁନସ୍ଥିତ ଲାଇଫ୍‌ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେଜସ ଏକ୍ସପ୍ରେସ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଯାଇଥାଏ। ଭାରତୀୟ ରେଳବାଇ ଦ୍ୱାରା ପ୍ରସ୍ତୁତ ଏହା ହେଉଛି ଅତ୍ୟାଧୁନିକ ସୁବିଧା ଯୁକ୍ତ ଟ୍ରେନ୍‌। ଅଣ ମୌସୁମୀ କାଳରେ ସପ୍ତାହରେ ୫ ଦିନ ଚାଲୁଥିବା ବେଳେ ମୌସୁମୀ ଋତୁରେ ୩ ଦିନ ଚାଲିଥାଏ।

ସିସିଟିଭି କ୍ୟାମେର ଲାଗିଥିବା ୧୯ଟି କୋଚ ଯୁକ୍ତ ତେଜସ୍‌ ଏକ୍ସପ୍ରେସ୍‌ରେ ଧୂଆ ଓ ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା ଅଛି। ଏଥି ସହିତ ଏହି ଟ୍ରେନ୍‌ରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧା ରହିଛି। ପ୍ରତି କୋଚରେ କଫି ଭେଣ୍ଡିଙ୍ଗ ମେସିନ ଓ ସ୍ନାକ ଟେବୁଲ ରହିଛି।

ସମ୍ବନ୍ଧିତ ଖବର