ନୂଆଦିଲ୍ଲୀ : ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ଗୁରୁବାର ଦିନ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ ଗତ ସପ୍ତାହରୁ ବିଶ୍ଵବ୍ୟାପୀ କୋଭିଡ ସଂକ୍ରମଣରେ ୨୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ମୃତ୍ୟୁ ମାମଲାରେ ମଧ୍ୟ ୬ ପ୍ରତିଶତ ହ୍ରାସ ହୋଇଛି । ତେବେ ଏସିଆର ଅନେକ ସ୍ଥାନରେ ମୃତ୍ୟୁ ହାର ବଢ଼ୁଥିବା ଚିନ୍ତାର କାରଣ ହୋଇଛି ।
ଗତ ସପ୍ତାହରେ ପ୍ରାୟ ୫୪ ଲକ୍ଷ ନୂତନ କୋଭିଡ ମାମଲା ଚିହ୍ନଟ ହୋଇଥିଲା ଏବଂ ୧୫ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ସମଗ୍ର ବିଶ୍ଵରେ ସଂକ୍ରମଣ କମ୍ ରହିଥିବା ବେଳେ ଆଫ୍ରିକା ଏବଂ ୟୁରୋପରେ ପ୍ରାୟ ୪୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ମୃତ୍ୟୁ ମାମଲାରେ ପଶ୍ଚିମ ପ୍ରଶାନ୍ତ ଦେଶରେ ୩୧ ପ୍ରତିଶତ ଏବଂ ଦକ୍ଷିଣ ଏସିଆରେ ୧୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। କୋଭିଡ୍ ମୃତ୍ୟୁକୁ ରୋକିବା ପାଇଁ ହୁ’ ପକ୍ଷରୁ ବୁଷ୍ଟର ଡୋଜ୍ ଦିଆଯିବା ପ୍ରକ୍ରିୟା ତ୍ଵରାନ୍ଵିତ କରିବାକୁ ପରାମର୍ଶ ଦିଆଯାଇଛି।