ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ଦୃଷ୍ଟିରେ ରଖି ୨୪ଟି ଟ୍ରେନ୍ ବାତିଲ କରାଯାଇଛି। ଭାରତୀୟ ରେଳବାଇ ତରଫରୁ ଏହି ସୂଚନା ଦିଆଯାଇଛି। ସେହିପରି ବନ୍ଦର ପାଇଁ ବିପଦ ସଂକେତ ଜାରି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାତ୍ୟା ଯୋଗ୍ୟୁ ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା ଭୁବନେଶ୍ୱର-ବିଶାଖାପାଟନମ, ବିଶାଖାପାଟନମ-ଭୁବନେଶ୍ୱର, ଭୁବନେଶ୍ୱର-ସିକନ୍ଦରାବାଦ, ଭୁବନେଶ୍ୱର-ତିରୁପତି, ତିରୁପତି-ଭୁବନେଶ୍ୱର, ପୁରୀ-ଗୁଣପୁର, ଗୁଣପୁର-ପୁରୀ, ପୁରୀ-ମାଡ୍ରାସ, ମାଡ୍ରାସ-ପୁରୀ, ଗୁଣପୁର-ବିଶାଖାପାଟନମ୍, ବିଶାଖାପାଟନମ-ପୁରୀ, ଭୁବନେଶ୍ୱର-ପଲାସା, ପଲାସା-ଭୁବନେଶ୍ୱର, ବିଶାଖାପାଟନମ-ଟାଟା, ଟାଟା-ବିଶାଖାପାଟନମ, ବିଶାଖାପାଟନମ-କୋରବା, କୋରବା-ବିଶାଖାପାଟନମ, ସମ୍ବଲପୁର-ନାନ୍ଦେଡ, ନାନ୍ଦେଡ-ସମ୍ବଲପୁର, ରାୟପୁର-ବିଶାଖାପାଟନମ୍, ବିଶାଖାପାଟନମ-ରାୟପୁର, ବିଶାଖପାଟନମ-ରାୟଗଡ଼ା, ରାୟଗଡ଼ା-ବିଶାଖାପାଟନମ ଓ ରାୟଗଡ଼ା-ଗୁଣ୍ଟୁର ଟ୍ରେନ୍ ବାତିଲ ହୋଇଛି।
ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୪ ନମ୍ବର ବିପଦ ସଂକେତ ଓ ପାରାଦୀପ ଏବଂ ଧାମରା ପାଇଁ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି।