ହାଇଦ୍ରାବାଦରେ ସେକ୍ସ ର‍୍ୟାକେଟ୍‌ ଚଢ଼ଉ, ଅଭିନେତ୍ରୀ ଉଦ୍ଧାର

ହାଇଦ୍ରାବାଦ : ହାଇଦ୍ରାବାଦ ପୁଲିସ ରବିବାର ସ୍ଥାନୀୟ ବଞ୍ଜାରା ହିଲ୍ସସ୍ଥିତ ଏକ ହୋଟେଲ୍‌ ଉପରେ ଚଢ଼ଉ କରି ଏକ ହାଇପ୍ରୋଫାଇଲ୍‌ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି। ଚଢ଼ଉ ସମୟରେ ମୁମ୍ବାଇର ଜଣେ ନବାଗତା ଚଳଚ୍ଚିତ୍ର ଅଭିନେତ୍ରୀ(୨୪ ବର୍ଷ)ଙ୍କୁ ଉଦ୍ଧାର କରାଯାଇଛି। ର‍୍ୟାକେଟ୍‌ରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ, କୌଣସି ସୂତ୍ରରୁ ଖବର ପାଇ ପୁଲିସ ନିଜକୁ ଗ୍ରାହକ ସଜାଇ ଉକ୍ତ ହୋଟେଲ୍‌ରେ ପହଞ୍ଚିଥିଲା। ଏହାପରେ ଅଚାନକ ଚଢ଼ଉ ଆରମ୍ଭ କରିଦେଇଥିଲା। ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ଦଲାଲ୍‌ ଓ ଅନ୍ୟ ଜଣେ ଗ୍ରାହକ ରହିଛନ୍ତି। ଗ୍ରାହକ ଜଣକ ହେଉଛନ୍ତି ସରକାରୀ କର୍ମଚାରୀ। ଏ ଜନାର୍ଦ୍ଦନ ରାଓ ନାମକ ଏହି ଦଲାଲ ଦୀର୍ଘଦିନ ଧରି ସେକ୍ସ ର‍୍ୟାକେଟ୍‌ ଚଳାଇ ଆସୁଛି। ସବୁଠୁ ମୁଖ୍ୟ ବିଷୟ ହେଉଛି ମୁମ୍ବାଇରୁ ନବାଗତା ଅଭିନେତ୍ରୀଙ୍କୁ ଆଣି ସେ ଦେହ ବେପାରରେ ଲଗାଇ ମୋଟା ଅଙ୍କର ରୋଜଗାର କରୁଛି। ତେବେ କାହା ଜରିଆରେ ସେ ଅଭିନେତ୍ରୀମାନଙ୍କୁ ଏଭଳି କାର୍ଯ୍ୟରେ ଲଗାଉଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର