ଜୈନ ସନ୍ନ୍ୟାସୀ ହେବାକୁ କୋଟି କୋଟି ଟଙ୍କାର ସମ୍ପତ୍ତି ପରିତ୍ୟାଗ କଲେ ୨୪ ବର୍ଷିୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌

ଅହମଦାବାଦ: ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ନିଜକୁ ଜୈନ ସମ୍ପ୍ରଦାୟ ପ୍ରତି ଉତ୍ସର୍ଗ କରି ମୁମ୍ବାଇର ଏକ ସମୃଦ୍ଧ ବ୍ୟବସାୟୀ ପରିବାରର ଜଣେ ୨୪ ବର୍ଷିୟ ଆକାଉଣ୍ଟାଣ୍ଟ୍‌ ଯୁବକ କୋଟି କୋଟି ଟଙ୍କାର ସମ୍ପଦ ପରିତ୍ୟାଗ କରିବାକୁ ସ୍ଥିର କରିଛନ୍ତି। ହୀରା, ଧାତୁ ଓ ଚିନି କାରଖାନା ଆଦି ଚଳାଉଥିବା ଜେକେ କର୍ପୋରେସନ୍‌ର ମାଲିକ ପରିବାରର ଦାୟଦ ମୋକ୍ଷେଶ ସେଠ୍‌ ଶୁକ୍ରବାର ସକାଳେ ଗାନ୍ଧୀନଗର-ଅହମଦାବାଦସ୍ଥିତ ତପୋବନ ସର୍କଲ୍‌ରେ ଏକ ଭବ୍ୟ ଉତ୍ସବରେ ଜୈନ ସନ୍ନ୍ୟାସୀ ହେବେ।

ଉତ୍ତମ ଶିକ୍ଷାଦୀକ୍ଷା ଗ୍ରହଣ କରିଥିବା ମୋକ୍ଷେଶ କହନ୍ତି: ଆକାଉଣ୍ଟ୍‌ ବହିରେ ଧନ୍ଦି ପରିବର୍ତ୍ତେ ସେ ଜଣେ ବିନୟୀ ଛାତ୍ର ଭାବେ ଧର୍ମର ଅଡିଟ୍‌ କରିବେ। ମତେ ୧୫ ବର୍ଷ ହୋଇଥିବା ବେଳେ ପ୍ରଥମେ ମୁଁ ଜୈନ ସନ୍ନ୍ୟାସୀ ହେବାକୁ ଚିନ୍ତା କରିଥିଲି। ମୁଁ ଯେଉଁ ଅଭ୍ୟନ୍ତିର ଶାନ୍ତି ପାଇଁ ଆତୁର ତହା ବାସ୍ତବ ଦୁନିଆ ଯୋଗାଇ ପାରି ନ ଥାଆନ୍ତା। କେବଳ ନିଜ ପାଇଁ ନୁହେଁ, ମୁଁ ସମସ୍ତଙ୍କ ପାଇଁ ସୁଖ ଚାହେଁ।

ତାଙ୍କ ପରିବାର ଉତ୍ତର ଗୁଜରାଟ ଅନ୍ତର୍ଗତ ଦୀସାବାସୀ। ଆଜକୁ ୬୦ ବର୍ଷ ହେବ ସେ ମୁମ୍ବାଇରେ ଘରଦ୍ୱାର କରି ରହିଲେଣି। ତାଙ୍କ ବାପା ସନ୍ଦୀପ ଏବଂ ଦାଦି ଗିରୀଶ ଶେଠ୍‌ ଏବେ ମଧ୍ୟ ଯୌଥ ପରିବାର ଭାବେ ମୁମ୍ବାଇରେ ବସବାସ କରୁଛନ୍ତି।

ତିନି ଭାଇଙ୍କ ମଧ୍ୟରେ ମୋକ୍ଷେଶ ବଡ଼ ଏବଂ ସେ ଓ୍ଵାଲ୍‌କେଶ୍ୱରସ୍ଥିତ ମାନବ ମନ୍ଦିର ସ୍କୁଲ୍‌ରେ ପଢ଼ି ଦଶମରେ ୯୩. ୩୮% ଏବଂ ଦ୍ୱାଦଶରେ ୧୨% ନମ୍ବର ରଖିଥିଲେ।

ସାଙ୍ଗ୍‌ଲିରେ ପାରିବାରିକ ଧାତବ ବ୍ୟବସାୟରେ ଯୋଗ ଦେବା ପୂର୍ବରୁ ସେ ବାଣିଜ୍ୟରେ ସ୍ନାତକ ଓ ତା’ ସହ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ କରିବାକୁ ଏଚ୍‌ଆର୍‌ କଲେଜକୁ ଯାଇଥିଲେ।

ମୋକ୍ଷେଶ କହନ୍ତି ଯେ ତାଙ୍କୁ ଜୈନ ସନ୍ନ୍ୟାସୀ ହେବା ପାଇଁ ଗତ ଜାନୁଆରି ମାସରେ ଅନୁମତି ମଳିଥିଲା।

ସମ୍ବନ୍ଧିତ ଖବର