ଧର୍ମଶାଳା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ଶେଷ ତଥା ପଞ୍ଚମ ମ୍ୟାଚ୍ ଧର୍ମଶାଳାରେ ମାର୍ଚ୍ଚ ୭ରେ ଖେଳାଯିବ। ଏହି ମ୍ୟାଚରେ ୨୪ ବର୍ଷର ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ତେବେ ଯଦି ଏହି ଟେଷ୍ଟରେ ଅନ୍ୟ ଜଣେ ନୂତନ ଖେଳାଳି ଡେବ୍ୟୁ କରନ୍ତି ଏହା ସମ୍ଭବ ହେବାର ଆଶା ରହିଛି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ସିରିଜର ତିନୋଟି ମ୍ୟାଚ୍ ଜିତିବା ପରେ ୩-୧ ରେ ଆଗୁଆ ରହିବା ସହ ସିରିଜ ଜିତିଛି। ସିରିଜର ଶେଷ ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜକୁ ୪-୧ କରିବାକୁ ଚାହୁଁଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଜତ ପାଟିଦାରଙ୍କୁ ଧର୍ମଶାଳା ଟେଷ୍ଟର ପ୍ଲେଇଙ୍ଗ-୧୧ରୁ ବାହାର କରାଯାଇପାରେ। ଏହା ଦ୍ବାରା ଦେବଦତ୍ତ ପାଦିକ୍କଲ ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି। ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ୪ ଖେଳାଳି ଇଂଲଣ୍ଡ ସହିତ ଖେଳାଯାଉଥିବା ଟେଷ୍ଟ ସିରିଜରେ ଡେବ୍ୟୁ କରି ସାରିଛନ୍ତି। ସେମାନଙ୍କ ମଧ୍ୟରେ ସରଫରାଜ ଖାନ, ରଜତ ପାଟିଦାର, ଧ୍ରୁଭ ଜୁରେଲ ଏବଂ ଆକାଶ ଦୀପ ରହିଛନ୍ତି। ଏଭଳି ପରିସ୍ଥିତିରେ ଯଦି ଦେବଦତ୍ତ ପାଦିକ୍କଲ ମଧ୍ୟ ଧର୍ମଶାଳା ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରନ୍ତି, ତେବେ ଏହି ସିରିଜରେ ପାଦିକ୍କଲ ଭାରତୀୟ ଦଳ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ପଞ୍ଚମ ଖେଳାଳି ହେବେ। ଏହା ସହିତ ୨୪ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଯିବ ।
DHARMSHALA STADIUM READY TO HOST IND VS ENG 5th TEST MATCH🔥 pic.twitter.com/NpMY4pR2Rq
— CRICKETxLOVER (@supportcricket5) March 4, 2024
ଏହାପୂର୍ବରୁ ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଚାରି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ଯେଉଁଥିରେ ମୁରଲୀ କାର୍ତ୍ତିକ, ମହମ୍ମଦ କୈଫ, ୱାସିମ ଜାଫର ଏବଂ ନିଖିଲ ଚୋପ୍ରା ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ।
ଇଂଲଣ୍ଡ ସହିତ ଖେଳାଯାଉଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଛି। ତେବେ ରଜତ ପାଟିଦାରଙ୍କୁ ଛାଡି ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ଆକାଶ ଦୀପ ଏପର୍ଯ୍ୟନ୍ତ ସିରିଜରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ସରଫରାଜ ଖାନ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ।
Devdutt Paddikal is likely to debut in 5th test . pic.twitter.com/rQ0y1uGvXl
— All Around (@AtoZ399) February 29, 2024
ଏହା ପରେ ଚତୁର୍ଥ ଟେଷ୍ଟ ମ୍ୟାଚରେ ଧ୍ରୁଭ ଜୁରେଲ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ମ୍ୟାନ ଅଫ ଦି ମ୍ୟାଚ ଭାବରେ ମନୋନୀତ ହୋଇଥିଲେ। ଡେବ୍ୟୁ ଟେଷ୍ଟରେ ଆକାଶ ଦୀପ ମଧ୍ୟ ୩ ୱିକେଟ୍ ନେଇଥିଲେ। ବର୍ତ୍ତମାନ ଯଦି ଦେବଦତ୍ତ ଶେଷ ଟେଷ୍ଟରେ ଡେବ୍ୟୁ କରନ୍ତି, ତା’ହେଲେ ତାଙ୍କଠାରୁ ସମାନ ମହାନ ପ୍ରଦର୍ଶନ ମଧ୍ୟ ଆଶା କରାଯାଇପାରିବ।