ଦାମୀ ଛାଡପତ୍ର: ଭରଣପୋଷଣ ପାଇଁ ପତ୍ନୀଙ୍କୁ ମିଳିଲା ୨୪ ହଜାର କୋଟି

ବେଜିଙ୍ଗ: ଛାଡପତ୍ର ପରେ ସାଧାରଣତଃ ଜଣେ ମହିଳାଙ୍କ ଜୀବନ ପ୍ରଭାବିତ ହୋଇଥାଏ | କିନ୍ତୁ ନିକଟରେ ଚାଇନାରେ ଏମିତି ଏକ ଛାଡପତ୍ର ମାମଲା ସାମ୍ନାକୁ ଆସିଛି ଯେଉଁଥିପାଇଁ ଏସିଆର ସବୁଠାରୁ ଧନୀ ମହିଳା ତାଲିକାରେ ଜଣେ ମହିଳା ସାମିଲ ହୋଇଛନ୍ତି । ଏହି ଛାଡପତ୍ର ଶେନଜେନ୍ କାଙ୍ଗଟାଇ ବାୟୋଲୋଜିକାଲ୍ ପ୍ରଡକ୍ଟ କମ୍ପାନୀର ଚେୟାରମ୍ୟାନ ଡୁ ୱିମିନ୍ ଏବଂ ତାଙ୍କ ପତ୍ନୀ ୟୁଆନ୍ ଲିପିଙ୍ଗଙ୍କ ମଧ୍ୟରେ ହୋଇଛି | ବର୍ତ୍ତମାନ ଛାଡପତ୍ର ପରେ ଲିପିଙ୍ଗ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଛାଡପତ୍ର ପରେ ୟୁଆନ୍ ତାଙ୍କ ସ୍ୱାମୀଙ୍କ କମ୍ପାନୀରୁ ମୋଟ ୧୬୧.୩ ମିଲିୟନ୍ ଅଂଶଧନ ଗ୍ରହଣ କରିଛନ୍ତି ଏବଂ ଏହି ସେୟାରଗୁଡିକର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୨୪୦୦୦ କୋଟି ଟଙ୍କା ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ ଚାଇନାରେ ଯେତେବେଳେ କରୋନା ଭୂତାଣୁ ବ୍ୟାପିଗଲା, ସେତେବେଳେ ଡୁ ୱିମିନ୍ ଙ୍କ କମ୍ପାନୀ ଘୋଷଣା କରିଥିଲା ​​ଯେ ଏହି ଟୀକା ସେମାନେ ଦେବେ।

ଏହା ପରେ ତାଙ୍କ କମ୍ପାନୀର ସେୟାରରେ ଏକ ବଡ ଅଭିବୃଦ୍ଧି ହୋଇଥିଲା | ସେୟାର ବଜାରରେ ତାଙ୍କ କମ୍ପାନୀର ସେୟାରର ମୂଲ୍ୟ ଦ୍ୱିଗୁଣିତ ହୋଇଯାଇଥିଲା | ଯେଉଁଥିପାଇଁ କମ୍ପାନୀର ବଜାର ମୂଲ୍ୟ ମଧ୍ୟ ବହୁଗୁଣିତ ହୋଇଥିଲା | ଆଉ ଏବେ ଛାଡପତ୍ର ପରେ ସେ ତାଙ୍କ ପତ୍ନୀ ୟୁଆନ୍ ଲିପିଙ୍ଗଙ୍କୁ କମ୍ପାନୀର ୧୬୧.୧୩ କୋଟି ଅଂଶଧନ ପ୍ରଦାନ କରିଛନ୍ତି।

couple getting divorced

ଏହି ଅଂଶଧନ ସ୍ଥାନାନ୍ତର ପରେ ଲିପିଙ୍ଗ ଦୁନିଆର ସବୁଠାରୁ ଧନୀ ମହିଳାଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡୁ ୱିମିନ୍ ଏବଂ ତାଙ୍କ ପତ୍ନୀ ୟୁଆନ୍ ଲିପିଙ୍ଗଙ୍କ ମଧ୍ୟରେ ମନାନ୍ତର ଏତେ ବଢିଯାଇଥିଲା ଯେ ଦୁହେଁ ପରସ୍ପର ସହ ରହିବାକୁ ପ୍ରସ୍ତୁତ ନ ଥିଲେ। ଏହା ପରେ ଛାଡପତ୍ର ମାମଲା ଦାୟର କରାଯାଇଥିଲା ଏବଂ ଆଇନ ଅନୁଯାୟୀ ଡୁ ଙ୍କୁ ତାଙ୍କ ପତ୍ନୀଙ୍କୁ ୨୪ ହଜାର କୋଟି ଟଙ୍କା ମୂଲ୍ୟର ସେୟାର ସ୍ଥାନାନ୍ତର କରିବାକୁ ପଡିଥିଲା।

ସମ୍ବନ୍ଧିତ ଖବର