ଫେକ୍‌ ହ୍ଵାଟ୍‌ସଆପ୍‌ ମେସେଜ୍‌ ଯୋଗୁଁ ବ୍ୟାପୁଛି ଭିଡ଼ ହିଂସା; ଗଲାଣି ୨୫ରୁ ଊର୍ଦ୍ଧ୍ୱ ନିର୍ଦ୍ଦୋଷଙ୍କ ଜୀବନ !

ନୂଆଦିଲ୍ଲୀ: ଏଇ କିଛି ଦିନ ମଧ୍ୟରେ ହ୍ଵାଟ୍‌ସଆପ୍‌ରେ ଆସୁଥିବା ନକଲି ମେସେଜ୍‌ ପାଇଁ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଭାରତରେ ବାସ କରୁଥିବା ଲୋକମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଯେ କୌଣସି ମେସେଜକୁ ସହଜରେ ବିଶ୍ୱାସ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ କିଛି ନ ବୁଝି ହିଂସ୍ରକ ହୋଇ ଉଠୁଛନ୍ତି। ଫଳରେ ଭିଡ଼ ହିଂସାରେ ଏ ପର୍ଯ୍ୟନ୍ତ ପ୍ରାୟ ୨୫ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଏହି ସମସ୍ୟାର ସମାଧାନ ହୋଇ ପାରି ନାହିଁ ।

କିଛି ଦିନ ହେବା ପିଲା ଚୋରକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପ୍ରକୃତ ଦୋଷୀକୁ ଧରିବା ପରିବର୍ତ୍ତେ ନୀରିହ ଲୋକମାନଙ୍କୁ ଦଣ୍ଡ ମିଳୁଥିବା ଦେଖା ଯାଇଛି । ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାରେ ୪ଜଣ ମହିଳାଙ୍କୁ ପିଲା ଚୋର ବୋଲି ସନ୍ଦେହ କରାଯାଇ ସେମାନଙ୍କ ସହ ଅସଦାଚରଣ କରାଯାଇଥିବା ବେଳେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରାଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ମଧ୍ୟପ୍ରଦେଶର ଏକ ଜିଲ୍ଲାରେ ଜଣେ ୨୦ବର୍ଷିୟ ଯୁବତୀଙ୍କୁ ପିଲା ଚୋର ବୋଲି ସନ୍ଦେହ କରାଯାଇ ତାକୁ ହତ୍ୟା କରାଯିବା ସହ ପୋତିଦେଇଥିଲେ ଲୋକେ । ତେବେ ଏଠି ପ୍ରଶ୍ନ ଉଠୁଛି କି କିପରି ହ୍ଵାଟ୍‌ସଆପ୍‌ରେ ଆସୁଥିବା ନକଲି ମେସେଜ୍‌ ଜଣେ ନିର୍ଦ୍ଦୋଷର ଜୀବନ ନେଇ ପାରିବ?

indiatimes.com

ମିଳିଥିବା ରିପୋର୍ଟ ଅନୁଯାୟୀ ଭାରତରେ ଦୁଇ ମାସ ମଧ୍ୟରେ ନକଲି ହ୍ଵାଟସଆପ୍‌ ମେସେଜ ଦ୍ୱାରା ପରିଚାଳିତ ଭିଡ଼ ହିଂସାରେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ଏଥିରେ ଆଗରେ ରହିଛି ମହାରାଷ୍ଟ୍ର । ଜୁଲାଇ ୧ରେ ମହାରାଷ୍ଟ୍ରରେ ୫ଜଣଙ୍କୁ ଏକା ସାଙ୍ଗରେ ପିଲା ଚୋର ସନ୍ଦେହରେ ହତ୍ୟା କରାଯାଇଥିଲା । ଏପରି ପରିସ୍ଥିତିରେ ପୁଲିସ ମଧ୍ୟ କିଛି କରି ପାରୁନାହିଁ । କାରଣ ହ୍ଵାଟ୍‌ସଆପ୍‌ ମଧ୍ୟମରେ ମେସେଜ୍‌ ଆସୁଥିବାରୁ ପୁଲିସକୁ ଏ ବିଷୟରେ ସୂଚନା ମିଳି ପାରୁନାହିଁ ।

ସମ୍ବନ୍ଧିତ ଖବର