କୋଟା : ରାଜସ୍ଥାନର ବୁନ୍ଦି ଜିଲ୍ଲା ଅନ୍ତର୍ଗତ କୋଟା-ଦୌସା ଜାତୀୟ ରାଜପଥରେ ଏକ ବରଯାତ୍ରୀ ବସ୍ ନଦୀ ଗର୍ଭକୁ ଖସି ପଡ଼ିବାରୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ବୁନ୍ଦି ଜିଲ୍ଲାର କୋଟା-ଦୌସା ଜାତୀୟ ରାଜପଥ ଦେଇ ଏକ ବରଯାତ୍ରୀ ବସ୍ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ମେଜ୍ ନଦୀକୁ ଖସି ପଡ଼ିଥିଲା। କୋଟାର ବାରାନ୍ରୁ ସ୍ବାମୀ ମାଧୋପୁରକୁ ଏହି ବରଯାତ୍ରୀ ବସ ଯାଉଥିଲା। ବସ୍ରେ ୨୮ ଜଣ ବରଯାତ୍ରୀ ଥିଲେ। ତେବେ ଲେଖାରି ଥାନା ଅନ୍ତର୍ଗତ ପାପ୍ଡ଼ି ଗାଁ ନିକଟରେ ଥିବା ଏକ ପୋଲ ଉପରେ ଏହା ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସି ପଡ଼ିଥିଲା। ମେଜ୍ ନଦୀର ଏହି ପୋଲର ଉଭୟ ପାର୍ଶ୍ବରେ ବାଡ଼ ନଥିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ , ୧୧ ଜଣ ମହିଳା ଏବଂ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ଆହତମାନଙ୍କୁ ଲେଖାରି ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗଭୀର ଶୋକ ପ୍ରକାଶ କରିଛନ୍ତି।
କୋଟା-ଦୌସା ଜାତୀୟ ରାଜପଥରେ ନଦୀକୁ ଖସିଲା ବରଯାତ୍ରୀ ବସ୍, ୨୫ ମୃତ
/sambad/media/post_attachments/wp-content/uploads/2020/02/bus-falls-off.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)