ଆଫ୍‌ଗାନ ରାଷ୍ଟ୍ରପତିଙ୍କ ରାଲିରେ ବିସ୍ଫୋରଣ, ୨୫ ମୃତ

ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍‌ ଘନିଙ୍କ ଏକ ନିର୍ବାଚନ ରୢାଲିରେ ଆଜି ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୨୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ରାଷ୍ଟ୍ରପତି ଘନି ଏବଂ ତାଙ୍କ ସହିତ ଥିବା ଅନ୍ୟ ନେତାମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ପରୱାନ ପ୍ରଦେଶର ଚରିକର୍‌ରେ ଅନୁଷ୍ଠିତ ରୢାଲିରେ ଜଣେ ତାଲିବାନ ଆତ୍ମଘାତୀ ଆକ୍ରମଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ଏହି ଆକ୍ରମଣ ପରେ ଆଫଗାନ ସେନା ଆତଙ୍କବାଦୀ ନିପାତ ଅଭିଯାନକୁ ଜୋର୍‌ଦାର କରିଥିବା ବେଳେ ଅଧିକ ଆକ୍ରମଣ ପାଇଁ ତାଲିବାନ ମଧ୍ୟ ଧମକ ଦେଇଛି।

ସମ୍ବନ୍ଧିତ ଖବର