ନୂଆଦିଲ୍ଲୀ: ସବୁଠି ହାହାକାର… ସବୁଠି ଭୟ ଆତଙ୍କର ସ୍ଥିତି… ପାଣି, ପାଣି, ପାଣି… ଚାରିଆଡେ ପାଣି । ଲଗାଣ ବର୍ଷା ଫଳରେ ଜଳ ଆଣିଛି ବିପର୍ଯ୍ଯୟ । ବର୍ଷା ପରେ ବନ୍ୟା ସ୍ଥିତିରେ ବେହାଲ ଉତ୍ତର-ପୂର୍ବାଞ୍ଚଳ । ବନ୍ୟା ଯୋଗୁଁ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ୨୫ ଜଣଙ୍କ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଏଯାଏଁ ୩୦ ଜଣଙ୍କ ଜୀବନ ଯାଇଥିବାର ଖବର ଆସୁଛି ।
#WATCH | Assam: Water level remains high in the Brahmaputra river, in Dibrugarh, following incessant rainfall in parts of Assam and its neighbouring states; Low-lying areas submerged due to rise in water level pic.twitter.com/8OahgOyt9i
— ANI (@ANI) June 1, 2025
ଆସାମର ଗୌହ୍ବାଟୀରେ ଭୂସ୍ଖଳନ ଅନେକ ଘର ଧସିଯାଇଥିବା ବେଳେ୫ ଜଣଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ଗୋଟିଏ ପରିବାରର ୩ ଜଣ ରହିଛନ୍ତି । ଅରୁଣାଚଳ ପ୍ରଦେଶରେ ବନ୍ୟା ପାଣିରେ ଭାସି ୯ ଜଣଙ୍କ ମୃ୍ତ୍ୟୁ ହେଲାଣି । ସେହିପରି ମିଜୋରାମ, ତ୍ରିପୁରା, ମେଘାଳୟ, ମଣିପୁରରେ ଗତ ୨ ଦିନ ଭିତରେ ବର୍ଷାର ବିତ୍ପାତ ଅନେକ ଜୀବନ ନେଇଛି ।
#WATCH | Mangan, Sikkim: Water level of the Teesta river increases following heavy rainfall in the region.
— ANI (@ANI) June 1, 2025
(Source: IPR, Mangan) pic.twitter.com/ahXPLSXkjJ
ତେବେ ଲଗାଣ ବର୍ଷାରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ବେହା ହୋଇଥିବା ବେଳେ ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୁସ୍ଖଳନ ସ୍ଥିତି ଉପୁଜିଛି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ହିଁ ପାଣି । ପାଣି ଘେରରେ ରହିଥିବା ଲୋକଙ୍କୁ ଏନଡିଆରଏଫ୍, ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସମୟ ପୂର୍ବରୁ ମୌସୁମୀ ଦେଶରେ ପହଞ୍ଚିବା କାରଣରୁ ଏହାର ପ୍ରଭାବରେ ସାରା ଦେଶରେ ବର୍ଷା ସାଙ୍ଗକୁ କିଛି ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଛି ।
ବିଶେଷ କରି ଉତ୍ତର ଭାରତର ଏକାଧିକ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାବେଳେ ଭୂସ୍ଖଳନ ହୋଇଛି । ବିଭିନ୍ନ ନଦୀର ଜଳସ୍ତର ଉଛୁଳୁଛି । ଉତ୍ତର ଭାରତରେ ବିଭିନ୍ନ ରାଜ୍ୟରେ ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବନ୍ୟା ପାଇଁ ଏକପ୍ରକାର କୋକୁଆ ଭୟ ଖେଳିଯାଇଛି ।