ମାଣ୍ଡ୍ୟା : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଶନିବାରଦିନ ଏକ ଯାତ୍ରୀବାହୀ ବସ କାବେରୀ ନଦୀରୁ ବାହାରିଥିବା ଏକ କେନାଲରେ ଖସିପଡିବାରୁ ୨୫ ଜଣ ବ୍ୟକ୍ତି ପ୍ରାଣହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ପିଲା ବୋଲି ଜଣାପଡିଛି ।
ମାଣ୍ଡ୍ୟା ଜିଲ୍ଲାର କନଗାନାମାରାଡି ଗାଁ ଦେଇଯାଇଥିବା ଭିସି କେନାଲରେ ଏହି ବସଟି ଗଳିପଡିଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ ଦିନ ପ୍ରାୟ ସାଢେ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସହାୟତା କାର୍ଯ୍ୟ ଆରମ୍ଭ କରିଥିଲେ ।
ତେବେ ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ଜଣେ ପିଲା ବର୍ତ୍ତିଯାଇଛି । ସେ ବସଟି ଖସିପ଼ଡିବା ପୂର୍ବରୁ ବାହାରକୁ ଡେଇଁ ପଡିଥିଲା । କିନ୍ତୁ ସେ ଗଭୀର ମାନସିକ ଚାପ ମଧ୍ୟରେ ଅଛି । ଘଟଣାସ୍ଥଳକୁ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ସହାୟତା କାର୍ଯ୍ୟ ଆରମ୍ଭ କରିଛି ।
କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର କହିଛନ୍ତି ଯେ ବସର ଡ୍ରାଇଭର ଠିକ ଭାବେ ଗାଡି ଚଳାଉ ନ ଥିଲା ।