ନୂଆଦିଲ୍ଲୀ: ଚେନ୍ନାଇରେ ଏକ ତାମିଲ ନ୍ୟୁଜ୍ ଟେଲିଭିଜନ୍ ଚ୍ୟାନେଲ୍ରେ କାମ କରୁଥିବା କେତେଜଣ ସାମ୍ବାଦିକଙ୍କ ସମେତ ସମୁଦାୟ ୨୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆହୁରି ୯୦ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ଆସିନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ କିଛିଦିନ ତଳେ ଏହି ଟିଭି ଚ୍ୟାନେଲ୍ରେ ଜଣେ ସାମ୍ବାଦିକଙ୍କ ସମେତ ୨ ଜଣ ସାମ୍ବାଦିକ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଏଥିସହ ଚେନ୍ନାଇରେ ସମୁଦାୟ ୨୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ମଲ୍ଟି ସୁପର ସ୍ପେସାଲିଟି ହସ୍ପିଟାଲ୍ରେ ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ରରେ ମଧ୍ୟ ଗତକାଲି ୫୩ ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। କିନ୍ତୁ ଭାରତରେ ସାମ୍ବାଦିକମାନେ ଅଧିକ ସଂଖ୍ୟାରେ କରେନା ସଂକ୍ରମିତ ହେବାନେଇ ଏବେ ଚିନ୍ତା ବଢ଼ିଛି। ମୁମ୍ବାଇ ଏବଂ ଚେନ୍ନାଇରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ଗଣମାଧ୍ୟମ କର୍ମୀଙ୍କ କରୋନା ଟେଷ୍ଟ୍ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ସାମ୍ବାଦିକଙ୍କ ପାଇଁ ମାସ୍ ଟେଷ୍ଟିଂ ଆରମ୍ଭ ହେବ। ବିହାରରେ ମଧ୍ୟ ସାମ୍ବାଦିକଙ୍କ ପାଇଁ କରୋନା ଟେଷ୍ଟ୍ ଆରମ୍ଭ କରିବାକୁ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅନୁରୋଧ କରିଛନ୍ତି।
ତାମିଲ ନ୍ୟୁଜ୍ ଚ୍ୟାନେଲ୍ର ୨୫ କର୍ମଚାରୀ କରୋନା ଆକ୍ରାନ୍ତ
/sambad/media/post_attachments/wp-content/uploads/2020/04/c81a99256ddde2e409373dd01817cdc8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)