ଏପର୍ଯ୍ୟନ୍ତ ୨୫ ଲକ୍ଷ ଡୋଜ୍ ଟିକା ଦିଆଯାଇଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଗୁରୁବାର ଅପରାହ୍ଣ ୨ଟା ସୁଦ୍ଧା ୨୫ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାରକୁ ହ୍ରାସ ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତଭାବେ କମିଚାଲିଥିଲେ ମଧ୍ୟ ଦୁଇଟି ରାଜ୍ୟରେ ତାହା ଚିନ୍ତାଜନକଭାବେ ଅଧିକ ରହିଛି । ଏହି ଦୁଇଟି ରାଜ୍ୟ ହେଲେ କେରଳ ଓ ମହାରାଷ୍ଟ୍ର । କେରଳରେ ଏବେ ୭୨ହଜାର ସକ୍ରିୟ ଆକ୍ରାନ୍ତ ଓ ମହାରାଷ୍ଟ୍ରରେ ୪୦ ହଜାର ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

୧ ନିୟୁତ ଡୋଜ୍ ଟିକାକରଣ ଲକ୍ଷ୍ୟକୁ ଭାରତ ମାତ୍ର ୬ ଦିନରେ ହାସଲ କରିଛି , ଯାହାକି ସମଗ୍ର ବିଶ୍ବରେ ସର୍ବନିମ୍ନ । ଆମେରିକା ଏହି ଲକ୍ଷ୍ୟକୁ ୧୦ ଦିନରେ, ସ୍ପେନ ୧୨ ଦିନରେ ଓ ଇସ୍ରାଏଲ ୧୪ ଦିନରେ ହାସଲ କରିଛି । ସେହିପରି ବ୍ରିଟେନ ୧୮ ଦିନରେ, ଇଟାଲୀ ୧୯ ଦିନରେ, ଜର୍ମାନି ୨୦ ଦିନରେ ଓ ୟୁଏଇ ୨୭ ଦିନରେ ଏହି ଲକ୍ଷ୍ୟ ହାସଲ କରିଛି ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଭାରତରେ ଗତ ଜାନୁଆରି ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଥିଲା ।

 

ସମ୍ବନ୍ଧିତ ଖବର