‘ଅକ୍ସିଜେନ୍‌’ ନିଅଣ୍ଟ ଯୋଗୁଁ ୨୪ ଘଣ୍ଟାରେ ଦିଲ୍ଲୀର ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ୨୫ ରୋଗୀ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଅତି ସଙ୍କଟାପନ୍ନ ସ୍ୱାସ୍ଥ୍ୟାବସ୍ଥା ଥିବା ଅନ୍ୟୂନ ୨୫ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ଘଟିଛି ଏବଂ ସେହି ଭଳି ଆହୁରି ୬୦ଜଣ ରୋଗୀ ବିପଜ୍ଜନକ ଅବସ୍ଥାରେ ଥିବା କଥା ଆଜି ଡାକ୍ତରଖାନା ତରଫରୁ କୁହାଯାଇଛି।

ଜାତୀୟ ରାଜଧାନୀରେ ‘ଅକ୍ସିଜେନ୍‌’ ନିଅଣ୍ଟ ଅତି ଉତ୍କଟ ହୋଇ ପଡ଼ି ଥିବା ବେଳେ ଏଭଳି ଘଟଣା ଘଟିଛି। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଅମ୍ଳଜାନ (ଅକ୍ସିଜେନ୍‌) ଚାପ କମିଯିବାରୁ ରୋଗୀମାନଙ୍କର ମୃତ୍ୟୁ ଘଟିଥାଇ ପାରେ।

ଗଚ୍ଛିତ ଥିବା ଅକ୍ସିଜେନ୍‌ ଆଉ ଦୁଇ ଘଣ୍ଟା ଯିବ। ଭେଣ୍ଟିଲେଟର୍‌ ଏବଂ ‘ବିଆଇପିଏପି’ ମେସିନ୍‌ ମଧ୍ୟ ଭଲ ଭାବେ କାର୍ଯ୍ୟ କରୁନାହିଁ ବୋଲି ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Image Courtesy of NDTV

ସଦ୍ୟତମ ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ‘ଏସ୍‌ଓଏସ୍‌’ ପଠାଇବା ପରେ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ‘ଅକ୍ସିଜେନ୍‌’ ଟ୍ୟାଙ୍କର୍‌ ପହଞ୍ଚାଇ ଦିଆଯାଇଛି।

ସମ୍ପ୍ରତି ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ୫୦୦ରୁ ଅଧିକ କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ଜଣଙ୍କର ପ୍ରଚୁର ଅକ୍ସଜେନ୍‌ ଆବଶ୍ୟକ।

ସମ୍ବନ୍ଧିତ ଖବର