ଗୋଟିଏ ଆପାର୍ଟମେଣ୍ଟରୁ ୨୫ଜଣ କରୋନା ସଂକ୍ରମିତ; ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି

ହାଇଦ୍ରାବାଦ: ବିଶ୍ୱ ସହିତ ଭାରତରେ ବି କରୋନା ଭାଇରସ୍‌ ଦିନକୁ ଦିନ ତାର ପ୍ରଭାବ ବିସ୍ତାର କରି ଚାଲିଛି। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ୯୦,୦୦୦ରେ ପହଞ୍ଚି ସାରିଲାଣି। ଏହି କ୍ରମରେ ହାଇଦ୍ରାବାଦର ପୁରୁଣା ସହର ମଦନ୍ନାପେଟ ଅଞ୍ଚଳସ୍ଥ ଏକ ଆପାର୍ଟମେଣ୍ଟରୁ ୨୫ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ୍‌ (ଜିଏଚଏମ୍‌ସି)ର ଜୋନାଲ କମିସନର ଅଶୋକ ସମ୍ରାଟ ଗତ ଶନିବାର ଏହାର ସୂଚନା ଦେଇଛନ୍ତି।

ହାଇଦ୍ରାବାଦର ପୁରୁଣା ସହର ମଦନ୍ନାପେଟ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ୨୫ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ସମସ୍ତଙ୍କୁ ସଙ୍ଗେସଙ୍ଗେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏଥିସହିତ ସେମାନଙ୍କ ସଂସ୍ପର୍ଶରେ ଥିବା ସମସ୍ତଙ୍କୁ ଖୋଜା ଚାଲିଛି।

25 People From One Apartment Test Positive For COVID-19 In Hyderabad
https://www.ndtv.com/

ସୂଚନାଯୋଗ୍ୟ, ଯେଉଁ ଆପାର୍ଟମେଣ୍ଟରୁ ୨୫ଜଣ କରୋନା ସଂକ୍ରମିତ ଥିବା ଜଣା ପଡ଼ିଛି ସେଠାରେ କିଛିଦିନ ତଳେ ଏକ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ କିଛି ଲୋକ ସାମିଲ ହେବାକୁ ଆସିଥିଲେ ବୋଲି କୁହାଯାଉଛି। କିନ୍ତୁ ଏହି ଭୋଜିରୁ କରୋନା ସଂକ୍ରମଣ ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ତେଲେଙ୍ଗାନାରେ ଏଯାବତ କରୋନା ସଂକ୍ରମଣର ୧୪୫୪ଟି ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଚିକିତ୍ସା ପରେ ୯୫୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୪ଜଣଙ୍କ ମୃତ୍ୟୁ ହୋଇଛି।

हैदराबाद के एक अपार्टमेंट में मिले 25 कोरोना पॉज़िटिव मरीज, संपर्क में आए लोगों की चल रही तलाश
https://khabar.ndtv.com/

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଗତ ଶନିବାର ସକାଳେ ଜାରି କରାଯାଇଥିବା ଆକଳନ ଅନୁସାରେ, ଭାରତରେ ଏଯାବତ କରୋନା ସଂକ୍ରମଣରେ ୯୦,୦୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୩,୯୭୦ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୩ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଦେଶରେ ଏଯାବତ କରୋନା ମହାମାରୀରେ ୨୮୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪,୧୦୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର