ତିରୁବନନ୍ତପୁରମ୍: କେରଳର କୋଝିକୋଦେଠାରେ ଥିବା ପେରମ୍ବରା ସିଲ୍ଭର କଲେଜ ପରିସରରେ ଶନିବାର ପାକିସ୍ତାନ ପତାକା ଉଡ଼ାଇଥିବା ଅଭିଯୋଗରେ ୨୫ ଜଣ ଛାତ୍ରଙ୍କୁ ପୁଲିସ୍ ଗିରଫ କରିଛି। କଲେଜ୍ ନିର୍ବାଚନ ପ୍ରଚାର ସମୟରେ ଏପରି ଘଟିଥିବା ସୂଚନା ରହିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗୁରୁବାର କଲେଜ୍ ୟୁନିୟନ୍ ନିର୍ବାଚନ ପ୍ରସ୍ତୁତି ବେଳେ କିଛି ଛାତ୍ର ପାକିସ୍ତାନୀ ପତାକା ଉଡ଼ାଇଥିଲେ। ଏହି ଘଟଣାକୁ ନେଇ ଅଭିଯୋଗ ଆସିବା ପରେ ମୁସ୍ଲିମ୍ ଷ୍ଟୁଡେଣ୍ଟ୍ସ ଫ୍ରଣ୍ଟ୍(ଏମ୍ଏସ୍ଏଫ୍) ଓ କେରଳ ଷ୍ଟୁଡେଣ୍ଟ୍ସ ୟୁନିୟନ୍(କେଏସ୍ୟୁ)ର ୨୫ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି।
/sambad/media/post_attachments/wp-content/uploads/2019/08/pak-flag-1567233948-300x141.jpg)
ମୁସ୍ଲିମ୍ ଷ୍ଟୁଡେଣ୍ଟ୍ସ ଫ୍ରଣ୍ଟ୍ ପକ୍ଷରୁ ସଫେଇରେ କୁହାଯାଇଛି ଯେ ଏମ୍ଏସ୍ଏଫ ପତାକାର ପାକିସ୍ତାନୀ ପତାକା ସହ ସମାନତା ରହିଛି। ସେମାନେ ପାକିସ୍ତାନୀ ପତାକା ଉଡ଼ାଇ ନାହାନ୍ତି। ଏହା ଏକ ଭ୍ରାନ୍ତ ସୃଷ୍ଟି କରିଛି। ତାଙ୍କ ପତାକା ତଳକୁ ମୁହଁ କରି ରହିଥିବା ବେଳେ ଏହା ପୂରାପୂରି ପାକିସ୍ତାନୀ ପତାକା ପରି ଦେଖା ଯାଇଥିଲା। ମାତ୍ର ଏହାକୁ ବିଜେପି ସ୍ୱୀକାର କରିନାହିଁ। କଲେଜ୍ ପରିସରରେ ଥିବା ଆତଙ୍କବାଦୀମାନେ ଜାଣି ଜାଣି ଏପରି କରିଛନ୍ତି ବୋଲି ଅଭିଯୋଗ ଆଣିଛି।