ଭାରତରେ ପ୍ରବେଶ ପାଇଁ ସୀମାରେ ଛକିଛନ୍ତି ୨୫୦ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପାଖାପାଖି ୨୫୦ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ ଛକି ରହିଛନ୍ତି। ପାକ୍ ଅଧିକୃତ କାଶ୍ମୀରର ଆତଙ୍କବାଦୀ ଲଞ୍ଚପ୍ୟାଡରେ ଏହି ଆତଙ୍କବାଦୀମାନେ ଅଛନ୍ତି। ଏ ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ସହିତ ଦେଶମଧ୍ୟରୁ ଡ୍ରଗ୍ସ ଚୋରାଚାଲାଣ ସେନା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ନିକଟରେ ଜମ୍ମୁ-କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଥିଲେ, ସୀମାରେ ଡ୍ରଗ୍ସ ଚୋରାଚାଲାଣ ବୃଦ୍ଧି ପାଉଛି। କାଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ପାଇଁ ପାକିସ୍ତାନ ଏହାକୁ ଏକ ପନ୍ଥାଭାବେ ଗ୍ରହଣ କରିଛି। ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଉପରେ କଡ଼ା ନଜର ରଖାଯାଇଛି ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର