ଅହମଦାବାଦ: ଗୁଜରାଟରେ ବିଷାକ୍ତ ମଦ ପିଇ ୪୫ ଜଣଙ୍କ ମୃତ୍ୟୁ ହେବାପରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା। ଚଢ଼ଉ ଦ୍ବାରା ପ୍ରାୟ ଦେଢ଼ କୋଟି ଟଙ୍କାର ବେଆଇନ ମଦ ଜବତ ହୋଇଛି ଏବଂ ଗୁଜରାଟ ପୁଲିସ ଏହି ମାମଲାରେ ୨୫୦୦ ଲୋକଙ୍କୁ ଗିରଫ କରିଛି। ପୁଲିସ ଏଡିଜି ନରସିଂହ କୋମର କହିଛନ୍ତି, ବେଆଇନ ମଦ ପାଇଁ ୩୯୭୧ ମାମଲା ରୁଜୁ ହୋଇଛି ଏବଂ ୨୪୦୫ ଜଣ ଗିରଫ ହୋଇଛନ୍ତି। ଗତ ସୋମବାର ସକାଳେ ମଦମୃତ୍ୟୁ ଖବର ଆସିଥିଲା। ଏଯାବତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ୯୭ ଜଣ ଲୋକ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।
ଗୁଜରାଟ ମଦମୃତ୍ୟୁ ଘଟଣାରେ ୨୫୦୦ ଗିରଫ
/sambad/media/post_attachments/wp-content/uploads/2022/07/5f64h654h65hfshfshfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)