ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ପବନ କୁମାରର ଆବେଦନ ଆଜି ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯାଇଛି। ପବନ କୁମାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି କହିଥିଲା ଯେ ୨୦୧୨ ଡିସେମ୍ବର ୧୬ ତାରିଖରେ ଅପରାଧ ଘଟିବା ସମୟରେ ସେ ଜଣେ ନାବାଳକ ଥିଲା ତେଣୁ କିଶୋର ନ୍ୟାୟ ଅଧୀନରେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । କିନ୍ତୁ ହାଇକୋର୍ଟ ପବନ କୁମାରର ଆବେଦନ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷେ ପବନ କୁମାରର ଆଇନଜୀବୀ ଏପି ସିଂହ ଆଜି କୋର୍ଟରେ ହାଜର ହେବାରେ ବିଫଳ ହେବାରୁ କୋର୍ଟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ବାର୍ ଆସୋସିଏସନ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଇନଜୀବୀ ଏପି ସିଂହଙ୍କୁ ୨୫,୦୦୦ ଜରିମାନା କରିଛନ୍ତି। ଆଜି ସକାଳେ କୋର୍ଟ ଏହି ଆବେଦନ ଉପରେ ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ। କୋର୍ଟ ପବନ କୁମାରର ଆଇନଜୀବୀଙ୍କୁ ଫୋନ୍ କରି ଆଜି ହିଁ ମାମଲାର ଶୁଣାଣି ହେବ ବୋଲି ସୂଚନା ଦେଇଥିଲେ। କିନ୍ତୁ ଆଇନଜୀବୀ ଫୋନ୍ ରିସିଭ୍ କରିଥିଲେ ମଧ୍ୟ କୋର୍ଟରେ ହାଜର ହୋଇପାରିନଥିଲେ। ଅନ୍ୟପକ୍ଷେ ୪ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ସଂକ୍ରାନ୍ତ ଡେଥ୍ ୱାରେଣ୍ଟ୍ ପାଇଁ ଗତକାଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ଥିଲେ ମଧ୍ୟ କୋର୍ଟ ଏହି ଶୁଣାଣିକୁ ଜାନୁଆରି ୭ ଯାଏଁ ସ୍ଥଗିତ ରଖିଛନ୍ତି।
ନିର୍ଭୟା ଦୁଷ୍କର୍ମ ମାମଲା: ଦୋଷୀ ପବନ କୁମାରର ଆବେଦନ ଖାରଜ
ଆଇନଜୀବୀଙ୍କୁ ୨୫,୦୦୦ ଜରିମାନା
/sambad/media/post_attachments/wp-content/uploads/2019/12/8df7hy98d7h98df7hfsdhhhhhhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)