ତିନି ଘଣ୍ଟାରେ ୨୫ ହଜାର ଡଲାର୍‌; କାନ୍‌ସାସ୍‌ରେ ନିହତ ଛାତ୍ରଙ୍କ ଶବ ଆଣିବାକୁ କ୍ରାଉଡ୍‌ଫଣ୍ଡିଙ୍ଗ୍‌ରେ ଅର୍ଥ ଯୋଗାଡ଼ କଲେ ଜ୍ଞାତିକୁଟୁମ୍ବ

ଓ୍ଵାସିଂଟନ୍‌: କାନ୍‌ସାସ୍‌ ସହରର ରେସ୍ତୋରାଁରେ ଏକ ସନ୍ଦିଗ୍ଧ ଚୋର ଗୁଳି ମାରି ହତ୍ୟା କରିଥିବା ତେଲେଙ୍ଗାନାର ୨୬ ବର୍ଷିୟ ଛାତ୍ର ଶରତ କୋପ୍ପୁଙ୍କ ଶବ ଭାରତ ଆଣିବାକୁ ତାଙ୍କର ଅତ୍ମୀୟମାନେ କ୍ରାଉଡ୍‌ଫଣ୍ଡିଙ୍ଗ୍‌ ଜରିଆରେ ଅର୍ଥ ଯୋଗାଡ଼ କରୁଛନ୍ତି।

ଘରକୁ ଶବ ଫେରାଇ ନେବା ନିମନ୍ତେ ପୈଠ କରିବାକୁ ଥିବା ଅର୍ଥ ଯୋଗାଡ଼ କରିବାକୁ ପୀଡ଼ିତଙ୍କ ସମ୍ପର୍କୀୟ ଭାଇ ରଘୁ ଚୌଦବରମ ଶନିବାର ଦିନ ଏକ ଗୋଫଣ୍ଡ୍‌ମି ଆକାଉଣ୍ଟ୍‌ ଖୋଲିଥିଲେ। ତିନି ଘଣ୍ଟା ମଧ୍ୟରେ ସେଥିରେ ୨୫ ହଜାର ଡଲାର ସଂଗ୍ରହ କରାଯାଇଛି।

ତାଙ୍କ ବିଷୟରେ ଚୌଦବରମ୍‌ ଲେଖିଥିଲେ: ସୁଯୋଗର ଦେଶରେ ସମସ୍ତଙ୍କ ପରି ସେ ମଧ୍ୟ ବଡ଼ ହେବାର ସ୍ୱପ୍ନ ଦେଖିଥିଲା। ସେ ବଡ଼ ମଜାକିଆ ସ୍ୱଭାବର। ସବୁବେଳେ ଲୋକଙ୍କୁ ହସାଉ ଥିଲା। ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲା।

କିଏ କ’ଣ ଜାଣିଥିଲା ଜୁଲାଇ ୬ ତାରିଖ ୨୦୧୮ ମସିହା ଦିନ ତା’ ଜୀବନ ଗୋଟାଏ ଦୁର୍ଭାଗ୍ୟଜନକ ମୋଡ଼ ନେବ।

କୋପ୍ପୁ କାନ୍‌ସାସ୍‌ ସହରର ମିସୌରି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲା। ସେଠାକାର ଡିନ୍‌ ଚନ୍ଦ୍ରମୌଳି ଅଗ୍ରଓ୍ଵାଲ୍‌ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ।

ସମ୍ବନ୍ଧିତ ଖବର