ନୂଆଦିଲ୍ଲୀ : ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା)ର ମୋଷ୍ଟ୍ ୱାଣ୍ଟେଡ୍ ତାଲିକା ପ୍ରକାଶ ପାଇଛି। ତାଲିକାରେ ସମୁଦାୟ ୨୫୮ ଆତଙ୍କବାଦୀ ଏବଂ ମାଓବାଦୀଙ୍କ ନାମ ରହିଛି। ଏହି ତାଲିକାରେ ଥିବା କେତେକ ହାଇପ୍ରୋଫାଇଲ୍ ନାମ ମଧ୍ୟରେ ଏଲଇଟି ମୁଖ୍ୟ ହାଫିଜ ସୟିଦ, ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାଉଦ୍ଦିନ୍ ଏବଂ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଜାକି-ଉର-େରହମାନ ଲାଖ୍ଭି। ଅନ୍ତଭୁର୍କ୍ତ। ତେବେ ଏହି ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ପାଇଁ କୌଣସି ପୁରସ୍କାର ରାଶି ଘୋଷଣା କରାଯାଇନାହିଁ। ତାଲିକାରେ ୧୫ ଜଣ ମହିଳା ଅଛନ୍ତି। ମାଓନେତା ଗଣପତି ମୁଣ୍ଡ ବାବଦରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି।
ଏନ୍ଆଇଏ ହିଟ୍ ଲିଷ୍ଟ୍ରେ ୨୫୮ ଜଣ
ମାଓନେତା ଗଣପତି ମୁଣ୍ଡ ବାବଦରେ ୧୫ ଲକ୍ଷ
/sambad/media/post_attachments/wp-content/uploads/2018/08/NIA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)