ଗଙ୍ଗାରେ ପ୍ରଦୂଷଣ ପାଇଁ ୨୫ ଲକ୍ଷ ଟଙ୍କା ଜରିମାନା

ଲକ୍ଷ୍ନୌ : ନଦୀଗୁଡ଼ିକୁ ଡ୍ରେନ୍‌ ପାଣି ଛା‌ଡ଼ିବା‌ ଏବଂ ଅଳିଆ ଆବର୍ଜନା ପକାଇବା ଏକ ଅପରା‌ଧ। କିନ୍ତୁ ଗଙ୍ଗା ନଦୀକୁ ମାତ୍ରାଧିକ ମଇଳା ପା‌ଣି ଛାଡ଼ିଥିବାରୁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ୨୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତିଏନ୍‌ଜିଟି (ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌)। ଏନ୍‌ଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଯେ ଅଳିଆକୁ ସଠିକ୍‌ ଭାବେ ପରିଚାଳନା କରିବା ପାଇଁ ଉଚିତ୍‌ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଟ୍ରିବ୍ୟୁନାଲ୍‌ କହିଛନ୍ତି ଉପର ଗଙ୍ଗା କେନାଲ୍‌ରେ ପ୍ରଦୂଷଣ ରୋକିବାରେ ସରକାର ବିଫଳ ହୋଇଛନ୍ତି ।

ସମ୍ବନ୍ଧିତ ଖବର