ମୁମ୍ବାଇ: ମୁମ୍ବାଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରିବା ଅବସରରେ ସମଗ୍ର ଦେଶ ଏହି ଆକ୍ରମଣର ଭୟାବହତାକୁ ମନେପକାଇଛି। ଆଜି ଦେଶବାସୀଙ୍କ ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତ୍ୟୁବରଣ କରିଥିବା ସାଧାରଣ ଲୋକ ଓ ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ ନାଗରିକ ପ୍ରାଣ ହରାଇବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ। ପାକିସ୍ତାନୀ ଆତଙ୍କବାଦୀ ସ˚ଗଠନ ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇର ତାଜ ହୋଟେଲ ସମେତ ବିଭିନ୍ନ ସ୍ଥାନରେ ହତ୍ୟାର ତାଣ୍ତବ ରଚାଇ ଥିଲେ।

Advertisment