ଆତଙ୍କବାଦୀ ତାଲିକାରୁ ନିଜ ନାମ କାଟିବାକୁ ମିଳିତ ଜାତିସଂଘରେ ଆବେଦନ କଲା ହାଫିଜ ସୟିଦ

ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଜମାତ ଉଦ୍‌ ଦାଓ୍ଵା ମୁଖ୍ୟ ହାଫିଜ ସୟିଦ ମିଳିତ ଜାତିସଂଘ ନିକଟରେ ଆବେଦନ କରି ତାର ନାମ ଆତଙ୍କବାଦୀ ତାଲିକାରୁ କାଟିବା ପାଇଁ ନିବେଦନ କରିଛି।
ସୂଚନାଯୋଗ୍ୟ ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସଙ୍କଳ୍ପ ୧୨୬୭ରେ ହାଫିଜ ସୟିଦକୁ ଜଣେ ଆନ୍ତର୍ଜାତିକ ଆତଙ୍କବାଦୀ ବୋଲି ମିଳିତ ଜାତିସଂଘ ଘୋଷଣା କରିଛି। କେବଳ ସେତିକି ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ହାପିଜ ସୟିଦଙ୍କୁ ୨୦୦୮ ମସିହା ମେ ମାସରେ ସ୍ପେସିଆଲି ଡେଜିଗନେଟେଡ୍‌ ଗ୍ଲୋବାଲ ଟେରରିଷ୍ଟ ଭାବେ ଘୋଷଣା କରିଥିଲା। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ପ୍ରତିବନ୍ଧିତ ସଙ୍ଗଠନ ଲସ୍କର ଇ ତୋଇବା ଆଢ଼ୁଆଲରେ ଜମାତ ଉଦ୍‌ ଦାଓ୍ଵା ଭାରତର ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏଥିପାଇଁ ଆମେରିକା ହାଫିଜ ସୟିଦ ନାମରେ ୧୦ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଥିଲା।
ତେବେ ଗତ ସପ୍ତାହରେ ପାକିସ୍ତାନରେ ଗୃହବନ୍ଦୀ ଥିବା ହାପିଜ ସୟିସଙ୍କୁ ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିବା ପରେ ତାଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଥିଲେ। ଗୃହବନ୍ଦୀରୁ ମୁକ୍ତ ହେବା ପରେ ହାଫିଜ ସୟିଦ କହିଥିଲା ଯେ ସେ କଶ୍ମୀର ର ସ୍ୱାଧୀନତା ପାଇଁ ସମଗ୍ର ପାକିସ୍ତାନର ଲୋକଙ୍କୁ ଏକତ୍ରୀତ କରିବ।ଏହା ପରେ ଭାରତ ମଧ୍ୟ ହାଫିଜ ସୟିଦକୁ ଗୃହବନ୍ଦୀରୁ ମୁକ୍ତି ଦେବାକୁ ସହଜରେ ଗ୍ରହଣ କରି ପାରି ନାର୍ହିଁ। ଏହା ଦ୍ୱାରା ପାକିସ୍ତାନ ଆତଙ୍କବାଦୀଙ୍କୁ ଖୋଲା ସମର୍ଥନ କୁଛି ବୋଲି ଭାରତ ଅଭିଯୋଗ କରିଛି।
ସେହିପରି ଆମେରିକା ମଧ୍ୟ ହାଫିଜ ସୟିଦକୁ ଗିରଫ କରିବା ସହିତ ତା ବିରୋଧରେ ଅପରାଧିକ ମାମଲା ଦାୟର କରିବାକୁ ପାକିସ୍ତାନକୁ କହିଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ହାଫିଜ ସୟିଦ ଜଣେ ଆର୍ନ୍ତଜାତିକ ଆତଙ୍କବାଦୀ। ଶହଶହ ନିରିହ ଲୋକଙ୍କୁ ଆତଙ୍କବାଦ ଦ୍ୱାରା ହତ୍ୟା କରିଛି ଲକ୍ସର ଇ ତୋଇବାର ଏହି ଆତଙ୍କବାଦୀ ହାଫିଜ ସୟିଦ। ତେଣୁ ହାଫିଜକୁ ଗିରଫ କରି ତାଙ୍କୁ ଦଣ୍ଡବିଧାନ ପାଇଁ ପାକିସ୍ତାନ ପଦକ୍ଷେପ ନେବାକୁ ଆମେରିକି ବୈଦେଶୀକ ବିଭାଗ ପାକିସ୍ତାନକୁ ଚେତାବନୀ ଦେଇଥିଲା।

ସମ୍ବନ୍ଧିତ ଖବର