ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍ ହାଫିଜ ସଇଦଙ୍କୁ ପାକିସ୍ତାନର ଏକ ଅଦାଲତ ଦୁଇଟି ଆତଙ୍କବାଦ ମାମଲାରେ ୧୦ ବର୍ଷ ଜେଲ୍ଦଣ୍ଡାଦେଶ ଦେଇଛନ୍ତି।
ଗତ ଫେବ୍ରୁଆରି ମାସରେ ମଧ୍ୟ ଆତଙ୍କବାଦୀ ସଂଗଠନ ‘ଲଶ୍କର୍-ଏ-ତୈବା’ର ସାମ୍ମୁଖ୍ୟ ସଙ୍ଗଠନ ‘ଜମାତ୍-ଉଦ୍-ଦାୱା’ର ମୁଖ୍ୟ ହାଫିଜ୍ ସଇଦ ଏବଂ ତାଙ୍କର କେତେକ ସହଯୋଗୀଙ୍କୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ୧୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା।
ପାକିସ୍ତାନ ଅଦାଲତର ଜଣେ କର୍ମଚାରୀ କହିଛନ୍ତି, ଗୁରୁବାର ଦିନ ଲାହୋରର ଆତଙ୍କବାଦ-ନିରୋଧୀ ଅଦାଲତ ଆଉ ଦୁଇଟି ମାମଲାରେ ‘ଜମାତ୍-ଉଦ୍-ଦାୱା’ ମୁଖ୍ୟ ହାଫିଜ୍ ସଇଦଙ୍କ ସମେତ ଚାରିଜଣ ନେତାଙ୍କୁ ଦଣ୍ଡାଦେଶ ଦେଇଛନ୍ତି।
Image Courtesy of Yahoo News Indiaହାଫିଜ୍ ସଇଦ ଏବଂ ତାଙ୍କର ଦୁଇ ସହଯୋଗୀ ଜଫର ଇକ୍ବାଲ୍ ଏବଂ ୟାହ୍ୟା ମୁଜାହିଦଙ୍କୁ ସାଢ଼େ ଦଶ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ତାଙ୍କ ଶାଳକ ଅବ୍ଦୁଲ ରେହମନ୍ ମାକ୍କିଙ୍କୁ ଛଅ ମାସ କାରାଦଣ୍ଡାଦେଶ ହୋଇଛି।
୨୦୦୮ ମୁମ୍ବାଇ ଆକ୍ରମଣ ଯୋଜନା କରିଥିବା ହାଫିଜ୍ଙ୍କୁ ଜାତିସଂଘ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ‘ବୈଶ୍ବିକ ଆତଙ୍କବାଦୀ’ ଘୋଷଣା କରିଛି। ଆନ୍ତର୍ଜାତିକ ଚାପ ଫଳରେ ଗତବର୍ଷ ଜୁଲାଇ ମାସରେ ହାଫିଜ୍ଙ୍କୁ ପାକିସ୍ତାନରେ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/hafiz-saeed.jpg)