୨୬/୧୧ର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ଙ୍କ ପୁଅକୁ ୩୨ ନମ୍ବର ଆତଙ୍କବାଦୀ ଭାବେ ଚିହ୍ନିତ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ‘ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ, ୧୯୬୭ ଆଧାରରେ ଗୃହମନ୍ତ୍ରାଳୟ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀ ମହମ୍ମଦ୍‌ ସଇଦ୍‌ଙ୍କ ପୁଅ ହାଫିଜ୍‌ ତଲ୍‌ହା ସଇଦ୍‌ଙ୍କୁ ଚିହ୍ନିତ ଆତଙ୍କବାଦୀ ଘୋଷଣା କରିଛି।

ବାପାଙ୍କ ନାମ ଥିବା ଚିହ୍ନିତ ଆତଙ୍କବାଦୀମାନଙ୍କ ଲମ୍ବା ତାଲିକାର ୩୨ ନମ୍ବର ସ୍ଥାନରେ ହାଫିଜ୍‌ ତଲ୍‌ହାଙ୍କ ନାମ ରହିଛି। ହାଫିଜ୍‌ ତଲ୍‌ହା ଆତଙ୍କବାଦୀ ସଙ୍ଗଠନର ମୌଲବି ସଙ୍ଗଠନର ମୁଖ୍ୟ ଅଛନ୍ତି।

ହାଫିଜ୍‌ ତଲ୍‌ହା କିଭଳି ଆତଙ୍କବାଦୀ ଚୟନ, ପାଣ୍ଠି ‌ଆଦାୟ, ଭାରତ ଏବଂ ଆଫଗାନିସ୍ତାନରେ ଭାରତୀୟ ସ୍ବାର୍ଥ ରକ୍ଷାକାରୀଙ୍କ ଉପରେ ‘ଲଶ୍କର୍‌-ଏ-ତୈବା’ ଆକ୍ରମଣ ପାଇଁ ଯୋଜନା ଆଦିରେ ସେ କିଭଳି ସକ୍ରିୟ ଅଛନ୍ତି ତାହା ଗୃହ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

Image Courtesy of Republic World

ହାଫିଜ୍‌ ତଲ୍‌ହାଙ୍କ ପିତା ତଥା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌ଙ୍କୁ ୩୩ ବର୍ଷ କାରାଦଣ୍ଡାଦେଶ ହେବାର ଦିନକ ପରେ ଭାରତର ଗୃହମନ୍ତ୍ରାଳୟ ତାଙ୍କୁ ଚିହ୍ନିତ ଆତଙ୍କବାଦୀ ତାଲିକାଭୁକ୍ତ କରିଛି। ପାକିସ୍ତାନର ‘କାଉଣ୍ଟର୍‌-ଟେରରିଜମ୍‌ ଡିପାର୍ଟମେଣ୍ଟ୍‌’ ଫାଇଲ୍‌ କରିଥିବା ଦୁଇଟି ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍‌ ସୟିଦ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। କିନ୍ତୁ, ୨୬/୧୧ ଆତଙ୍କବାଦୀ ଆକ୍ରମଣଜନିତ ଶାସ୍ତିକୁ ସ‌େ ଏଡ଼ାଇ ଦେଇଛନ୍ତି।

ଗୃହ ମନ୍ତ୍ରାଳୟ ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, ହାଫିଜ୍‌ ତଲ୍‌ହା ସମଗ୍ର ପାକିସ୍ତାନରେ ଥିବା ‘ଏଲ୍‌ଇଟି’ ଶିବିର ପରିଦର୍ଶନ କରି ପ୍ରବଚନ ଜରିଆରେ ଭାରତ, ଇଜ୍ରାଏଲ୍‌, ଆମେରିକା ଏବଂ ପାଶ୍ଚାତ୍ୟ ଭାରତୀୟ ସ୍ବାର୍ଥ ରକ୍ଷାକାରୀ ସମ୍ପ୍ରଦାୟ ବିପକ୍ଷରେ ଜିହାଦ ପ୍ରଚାର କରୁଛନ୍ତି।

ଭାରତ ଚିହ୍ନିତ କରିଥିବା ଆତଙ୍କବାଦୀମାନଙ୍କ ତାଲିକାରେ ଥିବା କୁଖ୍ୟାତ ଆତଙ୍କବାଦୀମାନେ ହେଉଛନ୍ତି, ମୌଲାନା ମାସୂଦ ଆଝାର, ହାଫିଜ୍‌ ମହମ୍ମଦ୍‌ ସଇଦ୍‌, ଜାକି-ଉର୍‌-ରେହ୍‌ମନ୍‌ ଲଖୱି, ଦାଊଦ୍‌ ଇବ୍ରାହିମ୍ କାସ୍କର୍‌, ରିୟାଜ୍‌ ଭତ୍‌କଲ୍‌, ଇକ୍‌ବାଲ୍‌ ଭତ୍‌କଲ, ଛୋଟା ଶକୀଲ୍‌ ଏବଂ ଟାଇଗର୍‌ ମେନନ୍‌।

ସମ୍ବନ୍ଧିତ ଖବର