୨୬/୧୧ ମୁମ୍ବାଇ ଆକ୍ରମଣ : ଭାରତ ଆସିବାକୁ ପ୍ରସ୍ତୁତ ଥିଲେ ଆମେରିକାର ସ୍ପେଶାଲ ଫୋର୍ସ

ନୂଆଦିଲ୍ଲୀ : ଚଳିତ ବର୍ଷ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୦ ବର୍ଷ ପୂରଣ ହୋଇଛି । ୨୦୦୮ ନଭେମ୍ବର ୨୬ରେ ହୋଇଥିବା ଏହି ଆକ୍ରମଣ କେବଳ ଭାରତ ନୁହେଁ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ପ୍ରାୟ ତିନି ଦିନ ଧରି ପାକିସ୍ତାନୀ ଆତଙ୍କବାଦୀମାନେ ନାରିମନ ହାଉସ, ତାଜ ଓ ଓବେରୟ ହୋଟେଲକୁ ପଣବନ୍ଦୀ କରି ରଖିଥିଲେ । ତେବେ ନିକଟରେ ଏହି ଆକ୍ରମଣ ସଂପର୍କରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ପଣବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଆମେରିକା ସରକାର ନିଜର ସ୍ପେଶାଲ ଫୋର୍ସକୁ ଭାରତ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଭାରତ ସରକାର ମଧ୍ୟ ଏଥିପାଇଁ ରାଜି ଥିଲେ । କିନ୍ତୁ ଆମେରିକାର ସ୍ପେଶାଲ ଫୋର୍ସ ଭାରତ ଆସିବାକୁ ପ୍ରସ୍ତୁତ ହେଉଥିବାବେଳେ ଖବର ଆସିଲା ଯେ ଭାରତର ଏଲିଟ୍‌ ଏନଏସଜି କମାଣ୍ଡୋମାନେ ଏହି ଅପରେସନ ସଫଳତାର ସହ ସଂପୂର୍ଣ୍ଣ କରିଦେଇଛନ୍ତି । ଏହି ଖୁଲାସା କରିଛନ୍ତି ତତକାଳୀନ ଆମେରିକାର ହ୍ଵାଇଟ ହାଉସ କ୍ରାଇସିସ ମ୍ୟାନେଜମେଣ୍ଟ ଗ୍ରୁପର ସଦସ୍ୟ ଅନୀସ ଗୋଏଲ ।

ସମ୍ବନ୍ଧିତ ଖବର