୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ: ଆତଙ୍କବାଦର ମୂଳପୋଛ କରିବାକୁ ରାଷ୍ଟ୍ରପତି କୋବିନ୍ଦଙ୍କ ଶପଥ

ନୂଆଦିଲ୍ଲୀ: ସବୁ ପ୍ରକାରର ଆତଙ୍କବାଦକୁ ପରାହତ କରି ମୂଳପୋଛ କରିବାକୁ ଆଜିର ଦିନରେ ଆମେ ଶପଥ ନେଉଛୁ ବୋଲି ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ୨୬/୧୧ ମୁମ୍ବାଇ ଆତଙ୍କବାଦ ଆକ୍ରମଣ ୯ମ ବାର୍ଷିକ ଅବସରରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ ଶୋକ ପ୍ରକାଶ କରି ରାଷ୍ଟ୍ରପତି ଏ କଥା କହିଛନ୍ତି।


ଆତଙ୍କବାଦର ମୂଳପୋଛ କରି ଭାରତ ଏବଂ ବିଶ୍ୱକୁ ନିରାପଦ ରଖିବାକୁ ରାଷ୍ଟ୍ରପତି ଶପଥ ନେଇଛନ୍ତି।

୨୦୦୮ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତ ଇତିହାସରେ ମୁମ୍ବାଇ ସବୁଠୁ ବର୍ବର ଆତଙ୍କବାଦର ଶିକାର ହୋଇଥିଲା। ଲକ୍ସର୍‌-ଏ-ତୈବାର ୧୦ ଜଣିଆ ଆତଙ୍କବାଦୀ ଦଳ ସହରରେ ତିନି ଦିନ ଧରି ଆତଙ୍କ ସୃଷ୍ଟି କରିଥିଲେ। ଏଥିରେ ୧୬୬ ଜଣ ଲୋକଙ୍କ ଜୀବନ ହାନି ଘଟିଥିଲା। ସେଥିରେ ଥିଲେ ୨୬ ଜଣ ବିଦେଶୀ ନାଗରିକ। ଆହତଙ୍କ ସଂଖ୍ୟା ଥିଲା ୩୦୦।

ଆକ୍ରମଣରେ ୧୮ ଜଣ ନିରାପତ୍ତା କର୍ମଚାରୀ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର