ନାସିକ୍: ମହାରାଷ୍ଟ୍ରର ନାସିକ୍ଠାରେ ଆୟକର ବିଭାଗ ପକ୍ଷରୁ ଏକ ଗହଣା ସୋ’ରୁମ୍ ମାଲିକଙ୍କ ଘରେ ଏବଂ ତାଙ୍କର ଅନ୍ୟ ବ୍ୟାବସାୟିକ କାର୍ଯ୍ୟାଳୟ ଉପରେ ବଡ଼ଧରଣର ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ୨୬ କୋଟି ଟଙ୍କାର ନଗଦ ଅର୍ଥ ଏବଂ ୯୦ କୋଟି ଟଙ୍କାର ବେନାମୀ ସଂପତ୍ତି ସଂପର୍କିତ ଦସ୍ତାବିଜ୍ ଜବତ ହୋଇଛି। କନାଡ଼ା କର୍ଣ୍ଣର ସ୍ଥିତ ସୁରାଣା ଜୁଏଲର୍ସର ମାଲିକଙ୍କ ଦ୍ବାରା ବେନାମୀ କାରବାର ସଂପର୍କିତ ସୂଚନା ପାଇ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ସୁରାଣା ଜୁଏଲର୍ସ ମାଲିକଙ୍କ ଦ୍ବାରା ପରିଚାଳିତ ନିର୍ମାଣ କମ୍ପାନି ମହାଲକ୍ଷ୍ମୀ ବିଲଡର୍ସ ଉପରେ ଚଢ଼ଉ ହୋଇଛି।
ଆୟକର ବିଭାଗ ପକ୍ଷରୁ ଗତକାଲି ଜୁଏଲର୍ସ ଷ୍ଟୋର ଏବଂ ମାଲିକଙ୍କ ଘର ଉପରେ ଏକ ସଙ୍ଗେ ଚଢ଼ଉ ହୋଇଥିଲା। ଦିନସାରା ଆୟକର ବିଭାଗର ଅଧିକାରୀମାନେ ଆର୍ଥିକ କାରବାର ସଂପର୍କିତ ରେକର୍ଡ, ନେଣଦେଣ ତଥ୍ୟ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଦସ୍ତାବିଜ ଯାଞ୍ଚ କରିଥିଲେ। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର ଆଗ୍ରାରେ ଆୟକର ବିଭାଗ ପକ୍ଷରୁ ଗତ ସପ୍ତାହରେ ଜୋତା ବ୍ୟବସାୟୀଙ୍କ ଉପରେ ଚଢ଼ଉ କରାଯାଇ ୫୩ କୋଟି ନଗଦ ଅର୍ଥ ଜବତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/dgdgdgdgad.jpg)