ଟେକ୍ସାସ୍‌ ଗୀର୍ଜା ଆକ୍ରମଣରେ ୨୬ ମୃତ

ସୁଦର୍‌ଲାଣ୍ଡ୍‌ ସ୍ପ୍ରିଙ୍ଗ୍ସ: ରବିବାର ଦିନ ଏକ କ୍ଷୁଦ୍ର ଦକ୍ଷିଣ ଟେକ୍ସାସ୍‌ ସମ୍ପ୍ରଦାୟର ଗୋଟିଏ ଗୀର୍ଜା ମଧ୍ୟରେ ଜଣେ ଲୋକ ଗୁଳି ଚଳାଇବାରୁ ୨୬ ଜଣ ବ୍ୟକ୍ତି ନିହତ ହେବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ରାଜ୍ୟର ଇତିହାସରେ ଏହା ସବୁଠୁ ମାରାତ୍ମକ ଗୁଳିକାଣ୍ଡ ଜନିତ ନରସଂହାର ବୋଲି ଗଭର୍ଣ୍ଣର କହିଛନ୍ତି।

ରବିବାର ରାତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧିକାରୀମାନେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ନ ଥିଲେ। କିନ୍ତୁ, ତଦନ୍ତ ବିଷୟରେ ଚୁମ୍ବକେ ସୂଚନା ଦେଇଥିବା ଜଣେ ଆମେରିକୀୟ ଅଧିକାରୀ ଏବଂ ଜଣେ ଆଇନ୍‌ ପ୍ରବର୍ତ୍ତନର ଅଧିକାରୀ କହିଛନ୍ତି ଯେ ଗୁଳି ଚଳାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ଡେଓ୍ଵିନ୍‌ କେଲି।

Image Courtesy of WFSB. com

ଆମେରିକୀୟ ଅଧିକାରୀ କହିଛନ୍ତି ସାନ୍‌ ଆଣ୍ଟୋନିଓ ଉପନଗରୀରେ ବାସ କରୁଥିବା କେଲିଙ୍କର କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ଥିବା ଜଣାପଡୁ ନାହିଁ। କାଳେ ରବିବାର ଆକ୍ରମଣ ପୂର୍ବରୁ କେଲି ସାମାଜିକ ଗଣମାଧ୍ୟମରେ କିଛି କହିଥିବ, ସେଥିପାଇଁ ତଦନ୍ତକାରୀମାନେ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‍ ଯାଞ୍ଚ କରୁଛନ୍ତି। ଗୋଟିଏ ପୋଷ୍ଟ୍‍ରେ କେହି ଜଣେ ଏଆର୍‌-୧୫ ସେମିଅଟୋମେଟିକ୍‌ ଅସ୍ତ୍ର ପ୍ରଦର୍ଶନ କରିଥିବାର ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି।

ଜଣେ ସାଧାରଣ ନାଗରିକ ନିଜ ବନ୍ଧୁରେ ଆକ୍ରମଣକାରୀକୁ ମୁକାବିଲା କରି ହୁରୁଡ଼ାଇ ଦେଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ପରେ ନିଜ ଗାଡ଼ିରେ ସେ ବନ୍ଧୁକଧାରୀଜଣକ ମରି ପଡ଼ି ଥିବା ଦେଖା ଯାଇଥିଲା।

Image Courtesy of Journal Times

ସର୍ବସାଧାରଣ ନିରାପତ୍ତା ବିଭାଗର ଜଣେ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆକ୍ରମଣର ସମ୍ଭାବ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତକାରୀମାନେ ଆଲୋଚନା କରିବାକୁ ପ୍ରସ୍ତୁତ ନ ଥିଲେ। ମୃତ ବ୍ୟକ୍ତିମାନଙ୍କର ବୟସ ୫ ରୁ ୭୨ ବର୍ଷ ମଧ୍ୟରେ ବୋଲି ସେ କହିଛନ୍ତି। ଗୀର୍ଜା ମଧ୍ୟରେ ୨୩ ଜଣ ଏବଂ ବାହାରେ ୨ ଜଣ ମରିଛନ୍ତି। ଅନ୍ୟ ଜଣଙ୍କୁ ଡାକ୍ତରଖାନା ନିଆଯିବା ପରେ ତାଙ୍କର ମୃତ୍ୟୁ ଘଟିଛି।

ଆକ୍ରମଣ ପରେ ସହାୟତା ଦେବାକୁ ଏଟିଏଫ୍‌ ତଦନ୍ତକାରୀ ଏବଂ ଏଫ୍‌ବିଆଇର ପ୍ରମାଣ ସଂଗ୍ରହକାରୀ ଟିମ୍‌ର ସଦସ୍ୟଙ୍କ ସମେତ ଫେଡେରାଲ୍‌ ଲ’ ଏନ୍‌ଫୋର୍ସମେଣ୍ଟ୍‌ ଅଧିକାରୀମାନେ ସାନ୍‌ ଏଣ୍ଟୋନିଓ ଗହଳି କରିଛନ୍ତି।

ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଗୀର୍ଜାର ପାଷ୍ଟୋର୍‌ ଫ୍ରାଙ୍କ୍‌ ପୋମିରୟ ଏବଂ ତାଙ୍କ ପତ୍ନୀ ଶେରିଙ୍କର ୧୪ ବର୍ଷୀୟ ଝିଅ। ଶେରି ପୋମିରୟ ଟେକ୍ସଟ୍‌ ମେସେଜ୍‌ରେ ଏପିକୁ ଲେଖିଛନ୍ତି ଆକ୍ରମଣ ସମୟରେ ସେ ଏବଂ ତାଙ୍କ ସ୍ୱାମୀ ସହରରୁ ବାହାରି ଦୁଇଟି ଭିନ୍ନ ଭିନ୍ନ ଷ୍ଟେସ୍‌କୁ ଯାଇଥିଲେ।

Image Courtesy of NewsOK

ସେ ଲେଖିଛନ୍ତି: ଆଜି ଆମେ ଆମର ୧୪ ବର୍ଷୀୟ ଝିଅ ଏବଂ ଅନେକ ବନ୍ଧୁଙ୍କୁ ହରାଇଲୁ। ବ୍ୟକ୍ତିଗତ ଭାବେ ସେ ସଂହାର ଦେଖିବାକୁ ଆମ ଦୁଇଜଣଙ୍କ ମଧ୍ୟରୁ କେହି ସହରରେ ପହଞ୍ଚି ପାରି ନାହୁଁ। ମୁଁ ଚାର୍ଲୋଟ୍‌ ବିମାନ ବନ୍ଦରରେ ଅଛି ଏବଂ ଯଥା ଶୀଘ୍ର ଘରେ ପହଞ୍ଚିବାକୁ ଉଦ୍ୟମ କରୁଛି।

ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ପୀଡ଼ିତଙ୍କ ମେଡିକାଲ୍‌ ହେଲିକାପ୍ଟର୍‌ ଯୋଗେ ବ୍ରୁକ୍‌ ଆର୍ମି ମେଡିକାଲ୍‌ ସେଣ୍ଟର୍‌କୁ ନିଆଯାଇଛି।

ଗୀର୍ଜଟି ଧଳା, ପ୍ରବେଶ ଦ୍ୱାରରେ ଯାଉଁଳି କବାଟ ଥାଇ କାଠ ଚୌକାଠ ଦିଅ କୋଠାଘର। ତା’ ସାମ୍ନା ଅଞ୍ଚଳରେ ଏକ ଖୁଣ୍ଟିରେ ଟେକ୍ସାସ୍‌ର ପତାକା ଉଡ୍ଡୀୟମାନ। ସକାଳ ପ୍ରାର୍ଥନା ସେବା ପୂର୍ବାହ୍ନ ୧୧ଟାରେ ହେବା ପାଇଁ ଧାର୍ଯ୍ୟ କରାଯାଇଥିଲା। ଅପରାହ୍ନ ସାଢ଼େ ବାରଟାବେଳେ ଗୁଳିକାଣ୍ଡ ସମ୍ପର୍କରେ ପ୍ରଥମ ରିପୋର୍ଟ ଆସିଥିଲା।

ସମ୍ବନ୍ଧିତ ଖବର