‘ଅକ୍ସଫୋର୍ଡ ଡିକ୍ସିନାରି’ର ଦଶମ ସଂସ୍କରଣରେ ସ୍ଥାନ ପାଇଲା ୨୬ଟି ନୂଆ ଭାରତୀୟ ଶବ୍ଦ : ଏଥିରେ ରହିଛି ‘ଡବା’, ‘ଆଧାର’ , ‘ଚାୱଲ୍‌’, ‘ହର୍‌ତାଲ୍‌’, ‘ଶାଦୀ’…

ନୂଆଦିଲ୍ଳୀ: ପ୍ରତିବର୍ଷ ‘ଅକ୍ସଫୋର୍ଡ ଡିକ୍ସିନାରି(ଅଭିଧାନ)’ରେ କିଛି ନା କିଛି ଶବ୍ଦ, କଥିତ ଶବ୍ଦ, ବ୍ୟାକ୍ୟାଂଶ ଆଦି ଯୋଡ଼ି ହୋଇଥାଏ। ଗତ କିଛି ବର୍ଷ ମଧ୍ୟରେ ଅନେକ ଭାରତୀୟ ଶବ୍ଦ ‘ଅକ୍ସଫୋର୍ଡ’ ଡିକ୍ସିନାରି’ରେ ସ୍ଥାନ ପାଇସାରିଛି। ଏ ବର୍ଷ ମଧ୍ୟ ୨୬ଟି ଭାରତୀୟ ଇଂରାଜୀ ଶବ୍ଦ ଏହି ଡିକ୍ସିନାରିରେ ସ୍ଥାନ ପାଇଛି। ସେଗୁଡ଼ିକ ମଧ୍ୟରୁ ରହିଛି  ‘ଆଣ୍ଟି, ‘ବସ୍ ଷ୍ଟାଣ୍ଡ୍‌’, ‘ଡିମ୍‌ଡ ୟୁନିଭରସିଟି’, ‘ଏଫ୍‌ଆଇଆର୍‌’, ‘ନନ୍‌-ଭେଜ୍‌’, ‘ରେଡ୍‌ରେସାଲ୍‌’, ‘ଟେମ୍ପୋ’, ‘ଟିଉବ୍‌ ଲାଇଟ୍‌’, ‘ଭେଜ୍‌’, ‘ଭିଡିଓଗ୍ରାଫିକ୍’, ‘ଡବା’, ‘ଆଧାର’ , ‘ଚାୱଲ୍‌’, ‘ହର୍‌ତାଲ୍‌’, ‘ଶାଦୀ’ ଇତ୍ୟାଦି।

ଶୁକ୍ରବାର ପ୍ରକାଶ ପାଇଥିବା ଏହି ଡିକ୍ସିନାରିରେ ସମୁଦାୟ ୩୮୪ଟି ଭାରତୀୟ ଇଂରାଜି ଶବ୍ଦ ସ୍ଥାନ ପାଇସାରିଲାଣି। ‘ଅକ୍ସଫୋର୍ଡ ଡିକ୍ସିନାରି’ରେ ସ୍ଥାନ ପାଇଥିବା ସମୁଦାୟ ୨୬ଟି ଇଂରାଜି ଭାରତୀୟ ଶବ୍ଦ ମଧ୍ୟରେ ୨୨ଟି ମୁଦ୍ରିତ ଯାଇଥିବା ଅଭିଧାନରେ ସ୍ଥାନ ପାଇଥିବା ବେଳେ ଆଉ ୪ଟି ଡିଜିଟାଲ୍‌ ଭର୍ସନରେ ସ୍ଥାନ ପାଇଛି। ଡିଜିଟାଲ୍‌ ଭର୍ସନରେ ସ୍ଥାନ ପାଇଥିବା ୪ଟି ଶବ୍ଦ ହେଉଛି ‘କରେଣ୍ଟ୍‌’, ‘ଲୁଟର୍‌’, ‘ଲୁଟିଂ’ ଏବଂ ‘ଉପଜିଲ୍ଳା’।

News Nation

ଦୀର୍ଘ ୭୭ ବର୍ଷ ତଳୁ ଛପା ଯାଉଥିବା ଏହି ଅଭିଧାନ ପ୍ରଥମେ ୧୯୪୨ ମସିହାରେ ଜାପାନରେ ଛପା ଯାଇଥିଲା। ୧୯୪୮ ମସିହାରେ ଏହା ପ୍ରଥମ କରି ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍‌ରୁ ପ୍ରକାଶ ପାଇଥିଲା।

ପୂର୍ବରୁ  ଏହି ଡିକ୍ସିନାରିରେ ଭାରତୀୟ ଶବ୍ଦ ‘ଆବା’, ‘ଆନ୍ନା’ ସ୍ଥାନ ପାଇଥିବା ବେଳେ ୨୦୧୮ ମସିହାରେ ‘ଗୁଲାବ ଜାମୁନ୍‌, ‘ଦାଦାଗିରି’, ‘ଅଚ୍ଛା’, ‘ବାପୁ’, ‘ସୂର୍ଯ୍ୟ ନମସ୍କାର’ ସମେତ ସବୁଦାୟ ୭୦ଟି ଭାରତୟ ଇଂରାଜୀ ଶବ୍ଦ ସ୍ଥାନ ପାଇଥିଲା। ୨୦୧୯ ମସିହାରେ ଏହି ଡିକ୍ସିନାରିରେ ‘କ୍ଲାଇମେଟ୍‌ ଏମ୍‌ର୍ଜେନ୍ସି‘, ‘କ୍ଲାଇମେଟ୍‌ କ୍ର‌ାଇସେସ୍‌’, ‘କ୍ଲାଇମେଟ୍‌ ଆକ୍ସନ’, ‘କ୍ଲାଇମେଟ୍‌ ଡିନାଏଲ୍‌’, ‘ଇକୋ ଅଙ୍କ୍‌ଜାଇଟି’, ‘ଏକ୍ଟିନ୍‌ସନ୍‌’ ଆଦି ଭାରତୀୟ ଇଂରାଜୀ ଶବ୍ଦ ସ୍ଥାନ ପାଇସାରିଛି।

ସମ୍ବନ୍ଧିତ ଖବର