ଆସନ ଭାଗବଣ୍ଟାକୁ ନେଇ ଅସନ୍ତୋଷ ବଢ଼ିଲା, ଇସ୍ତଫା ଦେଲେ ୨୬ ଶିବସେନା କର୍ପୋରେଟର, ୩୦୦ କର୍ମୀ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକିଥିବା ବେଳେ ଏହା ପୂର୍ବରୁ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ଝଟ୍‌କା ଲାଗିଛି। ଆସନ ଭାଗବଣ୍ଟାକୁ ନେଇ ବିଜେପି-ଶିବସେନା ମେଣ୍ଟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଦ୍ରୋହୀ ଶିବସେନା ପ୍ରାର୍ଥୀ ଧନଞ୍ଜୟ ବୋଦାରେଙ୍କୁ ସମର୍ଥନ କରି ମହାରାଷ୍ଟ୍ରର କଲ୍ୟାଣ ପୂର୍ବ ନିର୍ବାଚନମଣ୍ଡଳୀରୁ ୨୬ ଶିବସେନା କର୍ପୋରେଟର ଏବଂ ପ୍ରାୟ ୩୦୦ କର୍ମୀ ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି। କଲ୍ୟ‌ାଣ ପୂର୍ବ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଟିକେଟ ମିଳିବାରୁ ସେମାନେ ଏହାର ବିରୋଧ କରିଛନ୍ତି। ଇସ୍ତଫା ଦେଇଥିବା ୨୬ ଜଣ କର୍ପୋରେଟରଙ୍କ ମଧ୍ୟରୁ ୧୬ ଜଣ କଲ୍ୟାଣ ଦୋମିଭାଲି ନଗର ନିଗମର ଏବଂ ଅନ୍ୟମାନେ ଉଳ୍ଲାସନଗର ନଗର ନିଗମର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର