ଦ୍ବିତୀୟ ଲହର ୨୬୯ ଡାକ୍ତରଙ୍କ ଜୀବନ ନେଲାଣି, ପ୍ରଥମ ଲହରରେ ୭୪୮ ଜଣ ଆଖି ବୁଜିଥିଲେ

ନୂଆଦିଲ୍ଲୀ: ଗତ ଦୁଇ ମାସ ହେଲା ସମଗ୍ର ଦେଶକୁ ବିପର୍ଯ୍ୟସ୍ତ କରିଦେଇଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ଚଳିତବର୍ଷ ଦେଶରେ ୨୬୯ ଜଣ ଡାକ୍ତରଙ୍କର ଜୀବନ ନେଇଛି ବୋଲି ଭାରତୀୟ ଭେଷଜ ସଂଘ(ଆଇଏମ୍‌ଏ) ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ବିହାରର ସର୍ବାଧିକ ୭୮ ଜଣ ଡାକ୍ତର ହୋଇଥିବା ବେଳେ ତାହା ପଛକୁ ଉତ୍ତରପ୍ରଦେଶର ୩୭ ଜଣ ରହିଛନ୍ତି। ସେହିପରି ଏହି ଦ୍ବିତୀୟ ଲହରରେ ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିବା ଦିଲ୍ଲୀରେ ୨୮ ଜଣ ଡାକ୍ତର ଆଖି ବୁଜିଥିବା ଜଣାଯାଇଛି।

ଅପରପକ୍ଷେ, ଗତବର୍ଷ ସଂକ୍ରମଣର ପ୍ରଥମ ଲହର ବେଳେ ଦେଶରେ ମୋଟ ୭୪୮ ଜଣ ଡାକ୍ତରଙ୍କର ବିୟୋଗ ଘଟିଥିବା ଆଇଏମ୍‌ଏ ପକ୍ଷରୁ କୁହାଯାଇଛି। କୋଭିଡ୍‌ ସଂକ୍ରମଣ ଦେଶର ହଜାରେରୁ ଅଧିକ ଡାକ୍ତରଙ୍କୁ ଛଡ଼ାଇ ନେଇଛି ବୋଲି ଜଣାପଡ଼ିଛି। ଏହି ସଂଖ୍ୟା ଆହୁରି ଯଥେଷ୍ଟ ଅଧିକ ହେବ ବୋଲି ସଂଘ ଆଶଙ୍କା ବ୍ୟକ୍ତ କରିଛି। କାରଣ ଆଇଏମ୍‌ଏ କେବଳ ସାଢ଼େ ୩ ଲକ୍ଷ ପଞ୍ଜୀକୃତ ସଦସ୍ୟଙ୍କ ଖବର ରଖୁଥିବା ବେଳେ ଦେଶରେ ୧୨ ଲକ୍ଷରୁ ଅଧିକ ଡାକ୍ତର ସକ୍ରିୟ ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର