ନୂଆଦିଲ୍ଲୀ: ଦିଲ୍ଲୀରେ ୨୭ ଆପ୍ ବିଧାୟକଙ୍କୁ ଆଜି ଲାଭଜନକ ପଦ ମାମଲାରେ ରାଷ୍ଟ୍ରପତି ରାମନାଥ େକାବିନ୍ଦ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଲାଭଜନକ ପଦ ମାମଲାରେ ୨୭ ବିଧାୟକଙ୍କୁ ଅେଯାଗ୍ୟ ଘୋଷଣା କରିବାପାଇଁ ହୋଇଥିବା ଏକ ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ଏହାଦ୍ବାରା ଲାଭଜନକ ପଦ ମାମଲାରେ ୨୭ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ନାହିଁ। ବିଭିନ୍ନ ହସ୍ପିଟାଲ୍ର ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ଏହି ବିଧାୟକମାନେ ଲାଭ ଜନକ ପଦରେ ରହିଥିବା ଅଭିଯୋଗ କରି ସେମାନଙ୍କୁ ଅେଯାଗ୍ୟ ଘୋଷିତ କରିବାକୁ ଆବେଦନ ହୋଇଥିଲା। ତେବେ ନିର୍ବାଚନ କମିସନଙ୍କ ସୁପାରିସକ୍ରେମ ରାଷ୍ଟ୍ରପତି ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ନିର୍ବାଚନ କମିସନ୍ ଏନେଇ ଏକ ନିର୍ଦ୍ଦେଶ ଜାରି କରିବାପରେ ଆପ୍ର ବରିଷ୍ଠ ନେତାମାନେ ଏହାକୁ ସ୍ବାଗତ କରିଛନ୍ତି ଏବଂ କହିଛନ୍ତି ଏକ ଭିତ୍ତିହୀନ ଅଭିେଯାଗ ଉପରେ କମିସନ ଅନେକ ସମୟ ନଷ୍ଟ କରିଦେଲେ। କିନ୍ତୁ ପରିଶେଷରେ ଆପ୍ ବିଧାୟକଙ୍କୁ ଏହି ମାମଲାରେ ଆଶ୍ବସ୍ତି ମିଳିଲା ବୋଲି ସେମାନେ କହିଛନ୍ତି।
୨୭ ଆପ୍ ବିଧାୟକଙ୍କୁ ଆଶ୍ବସ୍ତି, ଅଯୋଗ୍ୟ ଘୋଷିତ ନେଇ ଆବେଦନ ଖାରଜ କଲେ ରାଷ୍ଟ୍ରପତି
/sambad/media/post_attachments/wp-content/uploads/2018/10/63571130.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)