ଆର୍ଥିକ ସଙ୍କଟ ଭିତରେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଗଲେ ପୁଲିସ କର୍ମୀ, କିଏ ବିଲ ଦେବ ତାହାକୁ ନେଇ ଚର୍ଚ୍ଚା!

କରାଚି: ପାକିସ୍ତାନର ବିଗିଡ଼ିଥିବା ଅର୍ଥ ବ୍ୟବସ୍ଥା ବାବଦରେ ତ ଆପଣ ଅଳ୍ପ ବହୁତେ ଜାଣିଥିବେ | ଏବେ ଏହାକୁ ନେଇ ଏମିତି ଏକ ଖବର ଆସିଛି, ଯାହା ଜାଣିବା ପରେ ପାକିସ୍ତାନ ଅର୍ଥ ମନ୍ତ୍ରାଳୟର ହୋସ ଉଡିଯାଇଛି | କାରଣ ଖେଳାଳିଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସ କର୍ମୀମାନେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଦେଇଛନ୍ତି | ଆଉ ଏବାବଦରେ ଜଣାପଡିବା ପରେ ଏବେ କିଏ ବିଲ ଭରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ସୂଚନା ମୁତାବକ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଖେଳାଳିଙ୍କ ସୁରକ୍ଷା ପାଇଁ ଦାୟିତ୍ୱରେ ଥିବା ପୁଲିସ କର୍ମୀମାନେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଦେଇଛନ୍ତି |

ନ୍ୟୁଜିଲାଣ୍ଡ ଦଳର ଖେଳାଳିମାନେ ପାକିସ୍ତାନରେ ୭ ଦିନ ରହିଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା | ଆଉ ପୁଲିସ କର୍ମୀମାନେ ନିକଟରେ ଥିବା ଏକ ହୋଟେଲରେ ୭ ଦିନ ଧରି ବିରିୟାନୀ ଖାଇଥିଲେ | ଆଉ ଏହି ୭ ଦିନରେ ସେମାନେ ପ୍ରାୟ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଥିଲେ | ଯେତେବେଳେ ହୋଟେଲ ପକ୍ଷରୁ ଏହି ବିଲ୍ ପାସ୍ କରିବାକୁ ଅର୍ଥ ମନ୍ତ୍ରାଳୟ ପାଖକୁ ପଠାଯାଇଥିଲା ସେତେବେଳେ ଏହି କଥା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ବିଲକୁ ପାସ କରାଯାଇ ନଥିବାବେଳେ ପାକିସ୍ତାନରେ ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି | ଅନ୍ୟପଟେ ପଡ଼ିଆର ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷାକର୍ମୀଙ୍କ ଖାଇବା ବିଲ ଏଯାଏଁ ଆସିନାହିଁ |

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଡ୍ୟୁଟି ନାମରେ ଖର୍ଚ୍ଚ ହୋଇଥିବା ଏହି ଖାଇବା ପାଇଁ କିଏ ବିଲ୍ ଦେବେ? ସୂଚନା ଥାଉ କି ନ୍ୟୁଜିଲାଣ୍ଡ ଦଳ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଥିଲେ, ଯେଉଁଠାରେ ଦଳକୁ ୩ ଟି ଦିନିକିଆ ସହ ୫ଟି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଥିଲା | କିନ୍ତୁ ଗତ ଶୁକ୍ରବାର ଦିନ ରାୱଲପିଣ୍ଡିର ପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପୂର୍ବରୁ ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଏହାକୁ ବାତିଲ କରିଥିଲା |

ସମ୍ବନ୍ଧିତ ଖବର