ଦେଶରେ ୨୭ ନୂଆ କରୋନା ମୃତ୍ୟୁ

୧୦,୭୫୩ ନୂଆ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୦,୭୫୩ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସଂକ୍ରମଣ ବଢ଼ିବା ସହ ଦେଶରେ ସକ୍ରିୟ ମାମଲା ୫୩,୭୨୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨୭ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୫,୩୧,୦୯୧ରେ ପହଞ୍ଚିଛି।

ଏହି ସମୟ ମଧ୍ୟରେ ଦିଲ୍ଲୀରେ ୬ ଜଣଙ୍କ କ‌ରୋନାରେ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪ ଜଣ ଓ ରାଜସ୍ଥାନରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଗୋଟିଏ ଲେଖାଏ କରୋନା ମୃତ୍ୟୁ ହୋଇଛି। କେରଳ ପୂର୍ବ ମୃତ୍ୟୁକୁ ଏହାର ତଥ୍ୟରେ ଯୋଡ଼ିଛି। ଦେଶରେ ଦୈନିକ ପଜିଟିଭ ହାର ୬.୭୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୪.୪୯ ପ୍ରତିଶତ। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୧୨ ପ୍ରତିଶତ। କୋଭିଡ୍‌ ଆରୋଗ୍ୟ ହାର ୯୮.୬୯ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର