ରାଞ୍ଚି: ସାଉଦି ଆରବର ସ୍ଥାନୀୟ ପୁଲିସ ଏବଂ ସନ୍ଦିଗ୍ଧ ମଦ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟରେ ହେବାରୁ ଗତ ମାସରେ ଝାଡ଼ଖଣ୍ଡର ଜଣେ ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ସନ୍ଦିଗ୍ଧ ମଦ ଚୋରା ଚାଲାଣକାରୀ ଜଣକ ଗିରିଡିହ ଜିଲ୍ଲାର ଦୁଧାପାନିଆ ଗ୍ରାମର ବାସିନ୍ଦା ବିଜୟ କୁମାର ମାହାତୋ ବୋଲି ଜଣାପଡ଼ିଛି। ସେ ଗତ ନଅ ମାସ ଧରି ଏକ ଘରୋଇ କମ୍ପାନିରେ ଟାୱାର ଲାଇନ ଫିଟର ଭାବରେ କାର୍ଯ୍ୟ କରୁଥିଲେ।

Advertisment

ଏମିତି ଚାଲିଗଲା ନୀରିହର ଜୀବନ

ହୁଣ୍ଡାଇ ଇଞ୍ଜିନିୟରିଂ ଏବଂ ନିର୍ମାଣରେ ନିୟୋଜିତ ପୀଡିତ ବ୍ୟକ୍ତି କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ସାମଗ୍ରୀ ସଂଗ୍ରହ କରିବାକୁ କାର୍ଯ୍ୟସ୍ଥଳକୁ ଯାଇଥିଲେ। ଯେତେବେଳେ ସ୍ଥାନୀୟ ପୁଲିସ ଏକ ଚୋରାଚାଲାଣ ବିରୋଧୀ ଅଭିଯାନ ସମୟରେ ଗୁଳି ଚଳାଇଥିଲା। ଘଟଣାସ୍ଥଳ ଦେଇ ଯାଉଥିବା ମାହାତୋଙ୍କୁ ପୁଲିସ ଦୁର୍ଘଟଣାବଶତଃ ଗୁଳି କରିଥିଲା। ତା'ପରେ ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅକ୍ଟୋବର ୨୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ, ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ

ପତ୍ନୀଙ୍କୁ ପଠାଇଥଲେ ହ୍ୱାଟସଆପରେ ଭଏସ୍ ନୋଟ୍

ବିଜୟ ତାଙ୍କ ପତ୍ନୀଙ୍କୁ ହ୍ୱାଟସଆପରେ ଏକ ଭଏସ୍ ନୋଟ୍ ପଠାଇ କହିଥିଲେ ଯେ ଗୁଳିମାଡ଼ରେ ଆହତ ହେବା ପରେ ସେ ଆଘାତ ପାଇଛନ୍ତି। ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ, ତାଙ୍କ ପରିବାର ପ୍ରଥମେ ବିଶ୍ୱାସ କରିଥିଲେ ଯେ ସେ ଆହତ ହେବା ପରେ ବଞ୍ଚିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ

"ସେ ତାଙ୍କ ପତ୍ନୀ ବାସନ୍ତୀ ଦେବୀଙ୍କୁ ହ୍ୱାଟସଆପରେ ଏକ ଭଏସ୍ ମେସେଜ୍ ପଠାଇ କହିଥିଲେ ଯେ ସେ ଗୁଳି ବିନିମୟରେ ଫସିଯାଇଛନ୍ତି ଏବଂ ଆହତ ହୋଇଛନ୍ତି," ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ କାମ କରୁଥିବା ଜଣେ ସାମାଜିକ କର୍ମୀ ସିକନ୍ଦର ଅଲି କହିଛନ୍ତି।

ସେ କହିଛନ୍ତି ଯେ ଜେଦ୍‌ହା ପୁଲିସ ଏବଂ ଅବୈଧ ମଦ ବ୍ୟବସାୟ ସହିତ ଜଡିତ ଏକ ଚାନ୍ଦା ଆଦାୟକାରୀ ଦଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

" ଆହତଙ୍କ ପତ୍ନୀ ବାସନ୍ତୀ ଦେବୀ ତାଙ୍କ ଶଶୁରଘର ଲୋକଙ୍କୁ ଜଣାଇଥିଲେ, କିନ୍ତୁ ସେମାନେ ଭାବିଥିଲେ ଯେ ତାଙ୍କର ଚିକିତ୍ସା କରାଯାଉଛି। ଅକ୍ଟୋବର ୨୪ ତାରିଖରେ ହିଁ ତାଙ୍କ କମ୍ପାନି ପରିବାରକୁ ଜଣାଇଥିଲେ ଯେ ସେ ଗୁଳିବିନିମୟରେ ସେ ମୃତ୍ୟୁବରଣ କରିଛନ୍ତି,"।