ନୂଆଦିଲ୍ଲୀ : କେରଳରେ କୋଭିଡ୍ ସଂକ୍ରମଣ କମିଥିବା ବେଳେ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିଛି। ଗତକାଲି କେରଳ ସଂକ୍ରମଣ ଅନେକ ଦିନ ପରେ ୨୦ ହଜାର ତଳେ ରହିଥିଲା। କେରଳରେ ଦୈନିକ ପଜିଟିଭ୍ ହାର ମଧ୍ୟ ୧୫ ପ୍ରତିଶତକୁ ଖସି ଆସିଛି। କିନ୍ତୁ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିଛି। ମଙ୍ଗଳବାର ମହାରାଷ୍ଟ୍ରରେ ୨୦ ପ୍ରତିଶତ ଅଧିକ ସଂକ୍ରମଣ ବୃଦ୍ଧି ହୋଇଛି। ଟେଷ୍ଟିଂ ଅଧିକ ହୋଇଥିବାରୁ ସଂକ୍ରମଣ ମାମଲା ଅଧିକ ରହିଛି ବୋଲି କୁହାଯାଉଛି। ସୋମବାର ମହାରାଷ୍ଟ୍ରରେ ୨,୭୪୦ ନୂଆ ମାମଲା ଥିବାବେଳେ ମଙ୍ଗଳବାର ୩,୫୩୦ ମାମଲା ରହିଛି। ମୃତ୍ୟୁ ମଧ୍ୟ ୨୭ରୁ ୫୨କୁ ବୃଦ୍ଧି ପାଇଛି। ମୁମ୍ବାଇରେ ମଧ୍ୟ ସଂକ୍ରମଣ ବଢ଼ିଛି। ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୩୬୭ ମାମଲା ଚିହ୍ନଟ ହୋଇଛି।
ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୨୭,୧୭୬ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୩୩,୩୧୬,୭୫୫କୁ ବୃଦ୍ଧି ପାଇଛି। ଲଗାତାର ୪ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ମାମଲା ୩୦ ହଜାର ତଳେ ରହୁଛି। ମୃତ୍ୟୁସଂଖ୍ୟା ୪,୪୩,୪୯୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୨୮୪ କରୋନା ମୃତ୍ୟୁ ହୋଇଛି। ସକ୍ରିୟ ମାମଲା ଏବେ ୩,୫୧,୦୮୭ ରହିଥିବା ବେଳେ ଏହା ମୋଟ୍ ସଂକ୍ରମଣ ମାମଲାର ୧.୦୫ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୩୮.୦୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୨,୫୨,୨୧୭୧ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୦୦ ପ୍ରତିଶତ। ଲଗାତାର ୮୨ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍ ହାର ୧.୬୯ ପ୍ରତିଶତ। ଲଗାତାର ୧୬ ଦିନ ଧରି ଦେଶରେ ଦୈନିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/corona.jpeg)