ଲାହୋର : ଲାହୋରଠାରେ ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଗ୍ରୁପ-ବିର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୨୭୪ ରନର ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ । 

Advertisment

ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ ରେହମାତୁଲ୍ଲା ଗୁରବାଜଙ୍କ ଓ୍ବିକେଟ ହରାଇଥିଲା । ସେ ଖାତା ଖୋଲିପାରିନଥିଲେ । ତେବେ ଇବ୍ରାହିମ ଜଦରାନ ଓ ସେଦିକୁଲ୍ଲା ଅଟଲ୍ ଏକ ଭଲ ଭାଗିଦାରୀ କରି ସ୍କୋରକୁ ଆଗେଇ ନେଇଥିଲେ । ଜଦରାନ ୨୨ ରନ କରିଥିବାବେଳେ ଅଟଲ୍ ୮୫ ରନ କରିଥିଲେ । ମଧ୍ୟକ୍ରମରେ ଆସିଥିବା ଅଜମାତୁଲ୍ଲା ଓମାରଜାଇ ୬୭ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ମାତ୍ର ନିମ୍ନକ୍ରମ ବ୍ୟାଟରମାନେ ବିଫଳ ହୋଇଥିଲେ । ଦଳ ୫୦ ଓଭରରେ ୨୭୩ ରନ କରି ଅଲଆଉଟ ହୋଇଯାଇଥିଲା । 

ଅଷ୍ଟ୍ରେଲିଆ ପକ୍ଷରୁ ବେନ ଡ୍ବାରସୁଇସ୍ ୩ଟି ଓ୍ବିକେଟ ନେଇଥିବାବେଳେ ଆଡାମ ଜାମ୍ପା ଓ ସ୍ପେନସର ଜନସନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।