ନୂଆଦିଲ୍ଲୀ: ବିଦେଶରେ ୨୭୬ ଜଣ କରୋନା ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୫ ଜଣ ଇରାନ୍ରେ ଅଛନ୍ତି, ୧୨ ଜଣ ୟୁଏଇରେ ଅଛନ୍ତି ଏବଂ ୫ ଜଣ ଇଟାଲିରେ ଅଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲିଧରନ ଏହି ତଥ୍ୟ ରଖିଛନ୍ତି। କରୋନା ଭାଇରସ୍ ଯୋଗୁଁ ଇରାନ୍ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଏବଂ ସରକାର ଇରାନ୍ରେ ଫସିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ଇରାନ୍ରେ ୨୫୫ ଭାରତୀୟ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ଗତକାଲି ଇରାନ୍ ସରକାର ସୂଚନା ଦେଇଥିଲେ। ଇରାନ୍ର କୋମ୍ ଏବଂ ତେହରାନ୍ ପ୍ରଦେଶରେ ବ୍ୟାପକ ନମୁନା ଯାଞ୍ଚ ପରେ ମୋଟ ୨୫୫ ଭାରତୀୟ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଇରାନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଯେଉଁମାନେ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ସେଠାରେ ହିଁ ସ୍ବତନ୍ତ୍ର ବ୍ୟବସ୍ଥାରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।
ବିଦେଶରେ ୨୭୬ ଭାରତୀୟ ଆକ୍ରାନ୍ତ: ଇରାନ୍ରେ ୨୫୫, ୟୁଏଇରେ ୧୨
/sambad/media/post_attachments/wp-content/uploads/2020/03/fhsfhsfh7sfh98sf7h98sf7h98sfh7465sfh465sfhsfhsfhfhsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)