ନୂଆଦିଲ୍ଲୀ: ଭାରତରେ ଏବେ ପ୍ରାୟ ୨୭୭ଟି ନକଲି ଇଞ୍ଜିନିୟରିଂ କଲେଜ ରହିଛି। ତନ୍ମଧ୍ୟରୁ ସର୍ବାଧିକ ୬୬ଟି କଲେଜ ରାଜଧାନୀ ଦିଲ୍ଲୀରେ ଥିବା ଜଣାଯାଇଛି। କେନ୍ଦ୍ର ମାନବସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ୍ ସିଂହଙ୍କ ପକ୍ଷରୁ ଲୋକସଭାରେ ଆଗତ ତଥ୍ୟରୁ ଏହି ସୂଚନା ମିଳିଛି। ତଥ୍ୟ ଅନୁସାରେ ତେଲେଙ୍ଗାନାରେ ୩୫ଟି ନକଲି ଇଞ୍ଜିନିୟରିଂ କଲେଜ ଥିବା ବେଳେ ପଶ୍ଚିମବଙ୍ଗରେ ୨୭, କର୍ଣ୍ଣାଟକରେ ୨୩, ଉତ୍ତର ପ୍ରଦେଶରେ ୨୨, ହରିୟାନାରେ ୧୮, ମହାରାଷ୍ଟ୍ରରେ ୧୬ ଓ ତାମିଲନାଡୁରେ ୧୧ଟି ରହିଛି। ଏହି କଲେଜଗୁଡ଼ିକ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ସ୍ୱୀକୃତି ନ ଆଣି ସେମାନଙ୍କ ନିଜସ୍ୱ ପାଠ୍ୟକ୍ରମରେ ଶିକ୍ଷାଦାନ କରୁଛନ୍ତି। ଏ ପରିପ୍ରେକ୍ଷୀରେ ଏହି କଲେଜଗୁଡ଼ିକୁ ନୋଟିସ୍ ଜାରି କରାଯାଇ ଏଆଇସିଟିଇ ଅନୁମୋଦନ ହାସଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ କଲେଜଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସତର୍କ କରାଯାଇଛି।
ଦେଶରେ ୨୭୭ ନକଲି ଇଞ୍ଜିନିୟରିଂ କଲେଜ
/sambad/media/post_attachments/wp-content/uploads/2018/08/enginering-college.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)