ଓଡ଼ିଶାର ୨୮ଟି ଜିଲ୍ଲାରେ ପିଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମୁଥିବାବେଳେ ଆଉ କେତେକ ରାଜ୍ୟରେ ସଂକ୍ରମଣ ବଢିଚାଲିଛି । କମୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ବିହାର ଓ ଗୁଜୁରାଟ । ସେହିପରି ସଂକ୍ରମଣ ବଢୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ପଂଜାବ, ଆସାମ, ହିମାଚଳପ୍ରଦେଶ ଓ ପୁଡ଼ୁଚେରୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯ଼େ ଦେଶର ପ୍ରାୟ ୫୧୬ଟି ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ଏହା ମଧ୍ୟରୁ ଓଡ଼ିଶାର ୨୮ଟି ଜିଲ୍ଲା ଅନ୍ତର୍ଭୁକ୍ତ । ଏଣୁ ଏସବୁ ଜିଲ୍ଲାରେ କଣ୍ଟେନମେଣ୍ଟ କାର୍ୟ଼୍ୟ ଉପରେ ଆହୁରି ଗୁରୁତ୍ବ ଦିଆଯ଼ିବା ଉଚିତ । ତେବେ ଗତ ସପ୍ତାହରେ ଦେଶର ହାରାହାରି ପଜିଟିଭିଟି ହାର ୨୧.୯ ପ୍ରତିଶତ ଥିବାବେଳେ ଚଳିତ ସପ୍ତାହରେ ତାହା ୧୯.୮ ପ୍ରତିଶତକୁ ଖସିଆସିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଏମ୍ସର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ କହିଛନ୍ତି ଯ଼େ କରୋନା ଚିକିତ୍ସାବେଳେ ଷ୍ଟେରଏଡର ଦୁରୁପଯ଼ୋଗ ହିଁ ମ୍ୟୁକରମାଇକୋସିସ ( ବ୍ଲାକ ଫଙ୍ଗଲ)ର କାରଣ । ବିଶେଷକରି ଯ଼େଉଁ ମାନେ ଡାଇବେଟିସରେ ପୀଡ଼ିତ, କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଷ୍ଟେରଏଡ ନେଉଛନ୍ତି, ସେମାନଙ୍କଠାରେ ଏପରି ସଂକ୍ରମଣ ଦେଖାଦେଉଛି ।

ସମ୍ବନ୍ଧିତ ଖବର